ପରଲୋକରେ ଇଣ୍ଟର୍‌ନେଟ୍‌ର ‘କୁକିଂ କୁଇନ୍‌’ ମସ୍ତନ୍‌ଅମ୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପରଲୋକରେ ଇଣ୍ଟର୍‌ନେଟ୍‌ର ‘କୁକିଂ କୁଇନ୍‌’ ମସ୍ତନ୍‌ଅମ୍ମା

ନୂଆଦିଲ୍ଲୀ: ନିଜ ନିଆରା କୁକିଂ ଷ୍ଟାଇଲ୍‌ ପାଇଁ ଇଣ୍ଟର୍‌ନେଟ୍‌ରେ ବେଶ୍‌ ପ୍ରସିଦ୍ଧି ପାଇଥିବା ବିଶ୍ୱର ବୟସ୍କ ମହିଳା ସବ୍‌ସ୍କ୍ରାଇବର୍‌ ‘ମସ୍ତନ୍‌ଅମ୍ମା’ ଆଉ ନାହାନ୍ତି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁର୍‌ ଜିଲ୍ଲାର ଏହି ମହିଳା ୟୁଟ୍ୟୁବର୍‌ଙ୍କୁ ମୃତ୍ୟୁ ବେଳକୁ ୧୦୭ ବର୍ଷ ବୟସ ହୋଇଥିଲା। ନିଜର ସ୍ୱତନ୍ତ୍ର ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ ‘କଣ୍ଟ୍ରି ଫୁଡ୍‌’ ଜରିଆରେ ଭିନ୍ନ ଭିନ୍ନ ସୁଆଦିଆ ଦେଶୀ ଖାଦ୍ୟ ପ୍ରସ୍ତୁତିର ଟିପ୍‌ସ୍‌ ଦେଇ ମସ୍ତନ୍‌ଅମ୍ମା ଇଣ୍ଟର୍‌ନେଟ୍‌ ଦୁନିଆରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘କଣ୍ଟ୍ରି ଫୁଡ୍‌’କୁ ୧୨ଲକ୍ଷରୁ ଅଧିକ ଲୋକ ସବ୍‌ସ୍କ୍ରାଇବ୍‌ କରିଛନ୍ତି।

୧୦୦ରୁ ଅଧିକ ବର୍ଷ ବୟସ ସତ୍ତ୍ୱେ ସୁଆଦିଆ ଖାଦ୍ୟ ରାନ୍ଧିବାରେ ବେଶ୍ ସକ୍ରିୟ ଥିବା ଏହି ‘କୁକିଂ କୁଇନ୍‌’ଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏବେ ୩୦୦ରୁ ଅଧିକ ଭିଡିଓ ରହିଛି। ‘ତରଭୁଜ-ଟିକେନ୍‌ ତରକାରୀ’ରୁ ନେଇ ‘ଭିଲେଜ୍‌ ଷ୍ଟାଇଲ୍‌ କେଏଫ୍‌ସି ଚିକେନ୍‌’ ଯାଏ, ତାଙ୍କ ବିଭିନ୍ନ ରାନ୍ଧାଣା ଟିପ୍‌ସ୍‌ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ।

ଇଣ୍ଟର୍‌ନେଟ୍‌ରେ କେମିତି ଆରମ୍ଭ ହେଲା କୁକିଂ
୨୦୧୬ରେ ମସ୍ତନ୍‌ଅମ୍ମାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘କଣ୍ଟ୍ରି ଫୁଡ୍‌’ ଆରମ୍ଭ ହୋଇଥିଲା। ଦିନେ ଜଣେ ସମ୍ପର୍କୀୟ କେ. ଲକ୍ଷ୍ମଣ ନିଜ ସାଙ୍ଗ ସହିତ ମସ୍ତନ୍‌ଅମ୍ମାଙ୍କ ଘରକୁ ଆସିଥିଲେ। ସେଠାରେ ମସ୍ତନ୍‌ଅମ୍ମାଙ୍କ ହାତ ତିଆରି ବାଇଗଣ ତରକାରୀ ଉଭୟ ଲକ୍ଷ୍ଣଣ ଓ ତାଙ୍କ ସାଙ୍ଗ ଏକଦମ୍‌ ଫିଦା ହୋଇଯାଇଥିଲେ। ଏହି ବାଇଗଣ ତରକାରୀକୁ ଆଉ ଥରେ ମସ୍ତନ୍‌ଅମ୍ମାଙ୍କ ଦ୍ୱାରା କରାଇ ଏହାର ପ୍ରସ୍ତୁତି ବେଳର ଭିଡିଓ ତିଆରି କରିଥିଲେ। ପରେ ଏହି ଭିଡିଓକୁ ୟୁ ଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ, ଯାହାକୁ ୭୫ହଜାରରୁ ଅଧିକ ଲୋକ ଦେଖିଥିଲେ। ଏଥିରୁ ଉତ୍ସାହିତ ହୋଇ ଲକ୍ଷ୍ମଣ ଓ ତାଙ୍କ ସାଙ୍ଗ ମସ୍ତନ୍‌ଅମ୍ମାଙ୍କୁ ନେଇ ୟୁ ଟ୍ୟୁବ୍‌ରେ ଆରମ୍ଭ କରିଥିଲେ  ‘କଣ୍ଟ୍ରି ଫୁଡ୍‌’ ଚ୍ୟାନେଲ୍‌। ମସ୍ତନ୍‌ଅମ୍ମାଙ୍କ ହାତରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହି ପ୍ରସ୍ତୁତି ବେଳର ଭିଡିଓକୁ ‘କଣ୍ଟ୍ରି ଫୁଡ୍‌’ ଚ୍ୟାନେଲ୍‌ ଶେୟାର୍‌ କରୁଥିଲା। ମସ୍ତନ୍‌ଅମ୍ମାଙ୍କ ‘ତରଭୁଜ-ଚିକେନ୍‌ ତରକାରୀ’ରୁ ‘ଭିଲେଜ୍‌ ଷ୍ଟାଇଲ୍‌ କେଏଫ୍‌ସି ଚିକେନ୍‌’(village style kfc chicken)ର ଟିପ୍‌ସ୍‌ ଦେଶ ତଥା ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ।

ଗତ ୬ ମାସ ଧରି ଅସୁସ୍ଥ ଥିଲେ ମସ୍ତନ୍‌ଅମ୍ମା
ମାତ୍ର ୧୧ ବର୍ଷ ବୟସରେ ମସ୍ତନ୍‌ଅମ୍ମାଙ୍କ ବିବାହ ହୋଇଥିଲା। ତାଙ୍କର ୫ଟି ସନ୍ତାନ ଥିଲେ। ସେଥିରୁ ଏବେ ଜଣେ ମାତ୍ର ଜୀବିତ ଅଛନ୍ତି। ତେବେ ବିବାହର ୧୦ବର୍ଷ ପରେ ମସ୍ତନ୍‌ଅମ୍ମା ସ୍ୱାମୀଙ୍କୁ ହରାଇଥିଲେ। ଆଉ ସ୍ୱାମୀଙ୍କୁ ହରାଇବା ପରେ ପିଲାମାନଙ୍କୁ ପାଳିବା ପାଇଁ ତାଙ୍କୁ ବେଶ୍ ସଂଘର୍ଷ କରିବାକୁ ମଧ୍ୟ ପଡ଼ିଥିଲା।

ଗୁଣ୍ଟୁର୍‌ର ଏକ ନଦୀ କୂଳିଆ ଅଞ୍ଚଳରେ ରହୁଥିବା ମସ୍ତନ୍‌ଅମ୍ମା ସାମୁଦ୍ରିକ ଖାଦ୍ୟ ରାନ୍ଧଣାରେ ବେଶ୍‌ ମାହିର୍ ଥିଲେ। ଜୀବନର ବହୁ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିଥିଲେ ହେଁ ବିଭିନ୍ନ ସାମୁଦ୍ରିକ ଖାଦ୍ୟକୁ ନିଜେ ପ୍ରସ୍ତୁତ କରି ସେ ସମ୍ପର୍କୀୟ ଓ ଅତିଥିଙ୍କୁ ପରଷୁଥିଲେ।

ଗତ ୬ମାସ ଧରି ମସ୍ତନ୍‌ଅମ୍ମା ଅସୁସ୍ଥ ଥିବାରୁ ୟୁ ଟ୍ୟୁବ୍‌ରେ ତାଙ୍କ ଖାଦ୍ୟ ପ୍ରସ୍ତୁତି ସମ୍ପର୍କିତ କୌଣସି ଭିଡିଓ ଶେୟାର୍‌ କରାଯାଇ ନଥିଲା ତେଣୁ ପ୍ରଶଂସକମାନେ ମସ୍ତନ୍‌ଅମ୍ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଥିବାବେଳେ ତାଙ୍କ ମୃତ୍ୟୁର ଖବର ସମସ୍ତଙ୍କୁ ଉଦାସ କରିଦେଇଛି।

ଦୁଃଖ ପ୍ରକାଶ କଲେ ଅନୁଭବ 
ମସ୍ତନ୍‌ଅମ୍ମାଙ୍କ ବିୟୋଗରେ ସୋଶାଲ୍‌ ମିଡିଆରେ ଅନେକ ଶୋକ ପ୍ରକାଶ କରୁଥିବାବେଳେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଫେସ୍‌ବୁକ୍‌ରେ ଅନୁଭବ ଲେଖିଛନ୍ତି, “ତୁମ ପାଇଁ ଢେର୍‌ ସାରା ଭଲ ପାଇବା ମସ୍ତନ୍‌ଅମ୍ମା। ତୁମକୁ ମୁଁ ଝୁରିବି। ତୁମେ ଚାଲିଗଲ ସତ, କିନ୍ତୁ ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟ ତୁମକୁ ସର୍ବଦା ଅମର ରଖିବ।”

 



from Odisha Reporter https://ift.tt/2EewOlp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages