ସମଲିଙ୍ଗୀ ପାର୍ଟନରଙ୍କ ସହ ରହିବାକୁ ପତ୍ନୀଙ୍କୁ ହତ୍ୟା କରିଥିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ସମଲିଙ୍ଗୀ ପାର୍ଟନରଙ୍କ ସହ ରହିବାକୁ ପତ୍ନୀଙ୍କୁ ହତ୍ୟା କରିଥିଲେ ସ୍ୱାମୀ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଫାର୍ମାସିଷ୍ଟଙ୍କୁ ତାଙ୍କ ପତ୍ନୀଙ୍କ ହତ୍ୟା ପାଇଁ ଆଜୀବନ ଜେଲ୍‌ଦଣ୍ଡ ମିଳିଛି। ତେବେ ସେ ତାଙ୍କ ପତ୍ନୀଙ୍କୁ କାହିଁକି ହତ୍ୟା କଲେ ସେକଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପତ୍ନୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ବୀମା ରାଶିକୁ ନେଇ ସେ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କ ସହ ଜୀବନ ବିତାଇବାକୁ ଏପରି ଘଟଣା ଘଟାଇଛନ୍ତି।

ଉକ୍ତ ଫାର୍ମାସିଷ୍ଟଙ୍କ ନାଁ ମିତେଶ ପଟେଲ ଏବଂ ସେ ମିଡିଲସ୍‌ବର୍ଗରେ ରୁହନ୍ତି। ସେ ତାଙ୍କ ମୃତ୍ୟୁ ପରେ ୨ ମିଲିୟନ୍‌ ୟୁରୋ ପାଇବାକୁ ଲକ୍ଷ୍ୟ ରଖିଥିଲେ। ପତ୍ନୀଙ୍କ ମୃତ୍ୟୁପରେ ସେ ତାଙ୍କ ଗେ’ ପାର୍ଟନର ଡ. ଅମିତ ପଟେଲଙ୍କ ସହ ରହିଥାଆନ୍ତେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଗୁଗୁଲର ସହାୟତା ନେଇଥିଲେ। ଗୁଗୁଲରୁ ହତ୍ୟା କୌଶଳ ଶିଖି ଏକ ପ୍ଲାଷ୍ଟିକ୍‌ ଜରି ବ୍ୟବହାର କରି ପତ୍ନୀଙ୍କୁ ହତ୍ୟା କରିଥିଲେ।

ଦୀର୍ଘ ୬ ବର୍ଷ ହେଲାଣି ମିତେଶଙ୍କ ପତ୍ନୀ ଜେସିକା ତାଙ୍କ ଗେ’ ସ୍ୱାମୀଙ୍କ ବିଷୟରେ ଜାଣିଥିଲେ ହେଁ ଚୁପ୍‌ ରହିଥିଲେ। ଶେଷରେ ମିତେଶ ତାଙ୍କ ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ।



from Odisha Reporter https://ift.tt/2SvXEsu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages