
ବାରିପଦା(ମାଣିକ ଲାଲ ପାଣି): ଶୌଚ ବାହାନା କରି ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ ହୋଇଯାଇଛି। ତା ନାଁ କାହ୍ନୁଚରଣ ମାରାଣ୍ଡି। ତା ଘର ବଡ଼ସାହି ବ୍ଲକ୍ ବନ୍ତଳସାହିରେ। ସେ ବାରିପଦା ପିଆର୍ଏମ୍ ମେଡିକାଲ୍ କଲେଜ୍ରେ ଚକିତ୍ସାଧୀନ ଥିଲା।
କାହ୍ନୁ ଏକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା। ତାକୁ ବାରିପଦା ମଣ୍ଡଳ କାରଗାରରେ ରଖାଯାଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ଗତ ୬ ତାରିଖରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜେଲ୍ର ଦୁଇ ଜଣ ୱାର୍ଡର ତାକୁ ଜଗିଥିଲେ।
ଆଜି ଭୋର୍ ପ୍ରାୟ ୪ଟା ବେଳେ ସେ ଶୌଚ ଯିବା ପାଇଁ ୱାର୍ଡରଙ୍କୁ କହିଥିଲା। ଅନୁମତି ମିଳିବା ପରେ ସେ ଶୌଚାଳୟକୁ ଯାଇ ଆଉ ଫେରି ନଥିଲା। ଶୌଚାଳୟର ଝରକା କାଚ ଭାଙ୍ଗି ସେ ଫେରାର ହୋଇଯାଇଥିଲା।
ଏହି ଘଟଣା ପରେ କାର୍ଯ୍ୟରେ ଅବହେଳା ପାଇଁ ଦୁଇ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି।
ବାରିପଦା ମଣ୍ଡଳ କାରାଗାର ପକ୍ଷରୁ ଏ ସମ୍ପର୍କରେ ବାରିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି।
from Odisha Reporter https://ift.tt/2BXFzhv
No comments:
Post a Comment