ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ଘରେ ଇଡି ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ଘରେ ଇଡି ଚଢ଼ଉ

ନୂଆଦିଲ୍ଲୀ: ଗାନ୍ଧି ପରିବାର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ସହଯୋଗୀ ତଥା କଂଗ୍ରେସ କର୍ମୀ ଜଗଦୀଶ ଶର୍ମାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ ହୋଇଥିବା ଜଣାଯାଇଛି। ଏପରିକି ତାଙ୍କୁ ଜେରା କରିବାପାଇଁ ଇଡି କାର୍ଯ୍ୟାଳୟ ନିଆଯାଇଥିବା ଜଣାଯାଇଛି।

ଏହି ଅବସରରେ ଜଗଦୀଶ କହିଛନ୍ତି, “ରବର୍ଟ ଭଦ୍ରାଙ୍କୁ ଫସାଇଦିଆଯାଉଛି। ନରେନ୍ଦ୍ର ମୋଦିଙ୍କ ସରକାର ରବର୍ଟଙ୍କୁ ଜାଲରେ ପକାଉଛି। ମୋ ଘରେ ଖାନ୍‌ତଲାସି ହେଇଛି। କିନ୍ତୁ ସେମାନେ ପାଇବେ କ’ଣ, କିଛି ତ ନାହିଁ। ସେମାନେ ଏବେ ମୋତେ ଜେରା ପାଇଁ ନେଇଯାଉଛନ୍ତି।”

ରବର୍ଟ ପ୍ରତିରକ୍ଷା ଡିଲ୍‌ ପାଇଁ ଅର୍ଥ ଗ୍ରହଣ କରିବାକୁ ନେଇ ଗତକାଲି ତାଙ୍କ ସହିତ ଜଡ଼ିତ ଦିଲ୍ଲୀ ଏବଂ ବେଙ୍ଗାଲୁରୁର ବିଭିନ୍ନ ଠିକଣାରେ ଚଢ଼ଉ ହୋଇଥିଲା।

ଇଡି ପକ୍ଷରୁ କୁହାଯାଇଛି ଯେ, ଇଡି ହାତରେ ଏଭଳି କିଛି ପ୍ରମାଣ ଲାଗିଛି ଯାହା ଦର୍ଶାଉଛି ଚଢ଼ଉ କରାଯାଇଥିବା ଠିକଣା ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅସ୍ତ୍ର ଯୋଗାଣକାରୀଙ୍କଠାରୁ ଟଙ୍କା ଆସିଛି।

ସପ୍ତାହେ ପୂର୍ବରୁ ରବର୍ଟ ଅଭିଯୋଗ ଆଣିଥିଲେ, ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଦୁର୍ନୀତି ତଦନ୍ତ କରାଯାଉଛି ଏବଂ ଏହା ତାଙ୍କର ମର୍ଯ୍ୟାଦା ଓ ସମ୍ମାନ ହାନି କରୁଛି।



from Odisha Reporter https://ift.tt/2Ea1Dqr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages