
ଅମ୍ବାଲା: ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଅମ୍ବାଲା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରାସ୍ତା ଦୃଶ୍ୟମାନ ନ ହେବାରୁ ଏକ ଟ୍ରକ୍ ବିପରୀତ ଦିଗରୁ ଆସୁଥିବା ଦୁଇଟି ଏସ୍ୟୁଭି ଉପରେ ମାଡ଼ି ଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ ୨ଟି କାର୍ରେ କିଛି ଯାତ୍ରୀ ଚଣ୍ଡିଗଡ଼ରୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଘନ କୁହୁଡ଼ି ଯୋଗୁ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ପୁଲିସ୍ ହସ୍ପିଟାଲ୍ରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସମସ୍ତ ମୃତ ଓ ଆହତମାନେ ଚଣ୍ଡିଗଡ଼ର।
from Odisha Reporter http://bit.ly/2SspTZd
No comments:
Post a Comment