
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ବାକ୍ଯୁଦ୍ଧ ବାରମ୍ବାର ଦେଖିବାକୁ ମିଳୁଛି। ମ୍ୟାଚ୍ର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟସ୍ମ୍ୟାନ ରିଷଭ ପନ୍ତଙ୍କୁ ୱିକେଟ୍ ପଛରେ ରହି ଚିଡ଼ାଇଥିଲେ।
ଆଜି ୪ର୍ଥ ଦିବସରେ ପନ୍ତ ସୁଧ ସହ ପେନ୍ଙ୍କୁ ଏହାର ଜବାବ ଦେଇଛନ୍ତି। ୪ର୍ଥ ଦିନର ଚା’ପାନ ବିରତି ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିବା ପେନ୍ଙ୍କୁ ୱିକେଟ୍ କିପିଂ କରିଥିବା ପନ୍ତ ଅସ୍ଥାୟୀ କ୍ୟାପ୍ଟେନ୍ କହି ଚିଡ଼ାଇଛନ୍ତି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଥିବା ଶବ୍ଦ ଅନୁଯାୟୀ ପନ୍ତ ବୋଲିଂ କରୁଥିବା ରବୀନ୍ଦ୍ର ଜାଡେଜାଙ୍କୁ କହୁଛନ୍ତି, “ ଆମେ ଆଜି ଏକ ସ୍ୱତନ୍ତ୍ର ଗେଷ୍ଟ ପାଇଛୁ। କମ୍ ଅନ୍ ବୟସ୍। ଜଣେ ସ୍ୱତନ୍ତ୍ର ଲୋକ ବ୍ୟାଟିଂ କରିବାକୁ ଆସିଛନ୍ତି। କମ୍ ଅନ୍। କ୍ୟାପ୍ଟେନ ହିସାବରେ ଏହି ବ୍ୟାଟସମ୍ୟାନ(ପେନ୍)ଙ୍କ କୌଣସି ଦାୟିତ୍ୱ ନାହିଁ। ସେ ସର୍ବଦା ଦୌଡ଼ି ପଳାନ୍ତି ବୟସ୍। ବହୁତ କଷ୍ଟ ବହୁତ କଷ୍ଟ ବୟସ୍। ଆଜି ଆମେ ଜଣେ ସ୍ୱତନ୍ତ୍ର ଅତିଥି ପାଇଛୁ।
ତୁମେ କେବେ ଅସ୍ଥାୟୀ କ୍ୟାପ୍ଟେନ୍ କଥା ଶୁଣିଛ? କ’ଣ କେବେ ଶୁଣିଛ କି? ତାଙ୍କୁ ଆଉଟ୍ କରିବାକୁ ଆମକୁ କିଛି କରିବାକୁ ପଡ଼ିବ ନାହିଁ। ବୟ। ସେ କେବଳ କଥା କହିବା ଶିଖିଛନ୍ତି। ସେ ଏହି କଥା କୁହା କାମଟି ଜାଣିଛନ୍ତି ବୟ। କେବଳ କଥା କହିବା, କେବଳ କଥା କହିବା।” ପୂରା ଓଭର୍ରେ ପନ୍ତ ଏପରି କହିଥିଲେ। ଏହି ଓଭର ପରେ ଫିଲ୍ଡ ଅମ୍ପାୟାର ଇଆନ୍ ଗୁଲ୍ଡ ପନ୍ତଙ୍କ ସହ ଏ ବିଷୟରେ କଥା ହୋଇ ଆକଟ କରିଥିଲେ।
ଦେଖନ୍ତୁ ଭିଡିଓ
Pant to Mayank Agarwal:
Hey Mayank, have you ever heard the word "temporary captain"? I know one!
This is what Pant had to say about Tim Paine: #AUSvIND#INDvAUS#BoxingDayTestpic.twitter.com/7YmSdW76BE
— 𝕁𝕚𝕟𝕏 ℂ𝕣𝕚𝕔𝕜𝕖𝕥 (@DarshanChelani) December 29, 2018
from Odisha Reporter http://bit.ly/2AkhSyL
No comments:
Post a Comment