ମଣ୍ଡିକୁ ନେଇ ତାତିଲେ ଚାଷୀ: ରାସ୍ତାରେ ବସି କଲେ ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ମଣ୍ଡିକୁ ନେଇ ତାତିଲେ ଚାଷୀ: ରାସ୍ତାରେ ବସି କଲେ ପ୍ରତିବାଦ

malkangii

ମାଲକାନଗିରି (ଜିତେନ୍ଦ୍ର ବେଉରା): ମଣ୍ଡିରେ ଧାନ କିଣା ନଯିବା ଅଭିଯୋଗ ନିତିଦିନିଆ ହୋଇଗଲାଣି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଥିବାର ଅଭିଯୋଗ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଧାନ କିଣା ନଯିବାକୁ ନେଇ ମାଲକାନକିରି ଜିଲାର ଚାଷୀ ତାତିଛନ୍ତି। ଏପରିକି ଚାଷୀମାନେ ଏକାଠି ହୋଇ ମାଲକାନଗିରି-ଜୟପୁର ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି।

ଅଭିଯୋଗ ଅନୁସାରେ, ଦୀର୍ଘ ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିଛି। ଏ ହାଡ଼ଭଙ୍ଗା ଶୀତରେ ଦିନରାତି ପଡ଼ିରହି ଚାଷୀ ସେମାନଙ୍କ ଧାନକୁ ଜଗିଛନ୍ତି। ହେଲେ, ମଣ୍ଡିରେ ଧାନ କିଣାଯିବାର କୌଣସି ବ୍ୟବସ୍ଥା ହେଉନାହିଁ। ୧୫ ଦିନ ଏମିତି ପଡ଼ି ରହିବା ପରେ ଚାଷୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଛି। ଆଜି ଚାଷୀମାନେ ମେଳି କରି ମାଲକାନଗିରି-ଜୟପୁର ରାସ୍ତାର ପଦ୍ମପୁର ଛକ ଅବରୋଧ କରିଥିଲେ। ଚାଷୀଙ୍କ ସହ ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ମଧ୍ୟ ଧାରଣାରେ ବସିଥିଲେ।

ଚାଷୀ ରାସ୍ତା ଅବରୋଧ କରିବା ପରେ ପ୍ରଶାସନର ଚେତା ପଶିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଶୀଘ୍ର ଧାନ କିରାଯିବାର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ହଟିଥିଲେ।



from Odisha Reporter http://bit.ly/2TgR7C7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages