
ମୁମ୍ୱାଇ:ବର୍ତ୍ତମାନ ବି ଟାଉନ୍ରେ ଆଲିଆ ଭଟ୍ଟ ଓ ରଣବୀର୍ କପୁରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଥିବା କଥା ତ’ ଆପଣ ନିଶ୍ଚୟ ଶୁଣିଥିବେ। ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଆଲିଆ ଭଟ୍ଟ କେବେ ବି ତାଙ୍କ ଦୁହିଁଙ୍କ ସମ୍ପର୍କ ବିଷୟରେ ମିଡିଆ ସମ୍ମୁଖରେ ମୁହଁ ଖୋଲି କହିନାହାନ୍ତି। ଇଣ୍ଡିଆ ଟିଭି ଶୋ’ ଆପ୍ କି ଅଦାଲତ୍ରେ ମଧ୍ୟ ଆଲିଆ-ରଣବୀର୍ଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। କିନ୍ତୁ ଆଲିଆ ଏହି ପ୍ରଶ୍ନର ଉତ୍ତର ଠିକ୍ ଭାବରେ ରଖି ନ ଥିଲେ।
ଅନ୍ୟପଟେ ରଣବୀର୍ କପୁର୍ କିନ୍ତୁ ତାଙ୍କ ଦୁହିଁଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି। ଆଲିଆ ତାଙ୍କ ଜୀବନରେ ଆସିବା ପରେ ତାଙ୍କ ଜୀବନରେ ଅନେକ ପ୍ରଭାବ ପଡ଼ିଛି ବୋଲି ଆଲିଆ କହିଛନ୍ତି। ଏପରିକି ଦୁହିଁଙ୍କ ପରିବାର ନିକଟତର ଅଛନ୍ତି ବୋଲି ସୋଶାଲ୍ ମିଡିଆ ଫଟୋରୁ ଦେଖିବାକୁ ମିଳିଥାଏ। ତେବେ ତାଜା ଖବର ଅନୁସାରେ, ଆଲିଆ ରଣବୀର୍ଙ୍କ ସହିତ ଥିବା ସମ୍ପର୍କକୁ ସ୍ୱୀକାର କରୁନଥିବା ବେଳେ ବାପା ମହେଶ୍ ଭଟ୍ଟ କିନ୍ତୁ ଦୁହିଁଙ୍କ ସମ୍ପର୍କଟକୁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି।
ମହେଶ୍ ଭଟ୍ଟ କହିଛନ୍ତି, “ନିଶ୍ଚିତ ଭାବରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଏହି କଥାକୁ ଜାଣିବା ପାଇଁ କାହାକୁ ଜ୍ଞାନୀ ହେବାର କୌଣସି ଆବଶ୍ୟକତା ନାହିଁ। ମୁଁ ରଣବୀର୍କୁ ବହୁତ ଭଲପାଏ ଏବଂ ସେ ଜଣେ ଭଲ ପୁଅ ମଧ୍ୟ। ସେ ତାଙ୍କ ସମ୍ପର୍କକୁ କେଉଁ ରୂପ ଦେବେ, ଏହା ତାଙ୍କ ଉପରେ ନିର୍ଭର କରେ। ଏହାକୁ ନେଇ ମୁଁ କୌଣସି କମେଣ୍ଟ୍ କରିବି ନାହିଁ। ସେ ଦୁହେଁ ବିବାହ କରିବାକୁ ଚାହୁଁଛନ୍ତି କି ନାହିଁ, ଏହା ଆଗକୁ ଜଣାପଡ଼ିବ। ତାଙ୍କ ଜୀବନର ନିଷ୍ପତି ନେବାର ଅଧିକାର କେବଳ ସେ ଦୁହିଁଙ୍କର ହିଁ ଅଛି। ଏଥିପାଇଁ କାଲି କ’ଣ ହେବ, ଏଥିପାଇଁ ମୁଁ ଅପେକ୍ଷା କରିଛି।“
from Odisha Reporter https://ift.tt/2GaXMvY
No comments:
Post a Comment