ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ହାରିବ ବୋଲି ବିଜେପି ଜାଣିଥିଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ହାରିବ ବୋଲି ବିଜେପି ଜାଣିଥିଲା!

ନୂଆଦିଲ୍ଲୀ: ଛତିଶଗଡ଼ ଓ ରାଜସ୍ଥାନରେ ବିଜେପି ଜିତିବାକୁ ଜୋରଦାର ପ୍ରଚାର କରିଥିଲା। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ଅନ୍ୟ ନେତାମାନେ ସେଠାକୁ ଯାଇ ଘନଘନ ପ୍ରଚାର କରିଥିଲେ। ହେଲେ ଦଳ ଏହି ଦୁଇ ରାଜ୍ୟରେ ହାରିବ ବୋଲି ଆଗରୁ ଜାଣିଥିଲା ବୋଲି ବିଜେପିର ରାଜ୍ୟସଭା ସାଂସଦ ସଞ୍ଜୟ କାକଡେ କହିଛନ୍ତି।

ମହାରାଷ୍ଟ୍ରରୁ ସଂସଦର ଉଚ୍ଚ ସଦନକୁ ଯାଇଥିବା ସଞ୍ଜୟ କହିଛନ୍ତି, “ ଛତିଶଗଡ଼ ଏବଂ ରାଜସ୍ଥାନରେ ଆମେ ହାରିବୁ ବୋଲି ଜାଣିଥିଲୁ। କିନ୍ତୁ ମଧ୍ୟପ୍ରଦେଶରୁ ଯେଉଁ ଖବର ଆସୁଛି, ତାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହେଉଛୁ। କାରଣ ମଧ୍ୟପ୍ରଦେଶରେ ଆମେ ଜିତିବୁ ବୋଲି ଶତ ପ୍ରତିଶତ ନିଶ୍ଚିତ ଥିଲୁ।

ମୁଁ ଭାବୁଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେଉଁ ବିକାଶର କଥା କହିଥିଲେ ଆମେ ସେସବୁକୁ ଭୁଲି ଯାଇଛୁ। ଏବେ କେବଳ ମନ୍ଦିର, ପ୍ରତିମୂର୍ତ୍ତି ଓ ନାମ ପରିବର୍ତ୍ତନକୁ ଅଧିକ ଗୁରୁତ୍ୱ ଦିଆଯାଉଛି।”



from Odisha Reporter https://ift.tt/2rxIaJ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages