ଗାଙ୍ଗୁଲିଙ୍କ ସମକକ୍ଷ ହେଲେ ବିରାଟ, ଧୋନିଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦୁଇଟି ବିଜୟ ଆବଶ୍ୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଗାଙ୍ଗୁଲିଙ୍କ ସମକକ୍ଷ ହେଲେ ବିରାଟ, ଧୋନିଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦୁଇଟି ବିଜୟ ଆବଶ୍ୟକ

virat12

ମେଲବର୍ଣ୍ଣ: ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହିତ ଅଧିନାୟକ ବିରାଟ କୋହଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଯାଇଛନ୍ତି।

ବିଦେଶରେ ଟିମ୍ ଇଣ୍ଡିଆ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ସର୍ବାଧିକ ଟେଷ୍ଟ୍ ମ୍ୟାଚ୍ ଜିତିଥିବା ବେଳେ ରବିବାର ମେଲବର୍ଣ୍ଣରେ ବିଜୟ ପରେ କୋହଲି ତାଙ୍କ ସମକକ୍ଷ ହୋଇଯାଇଛନ୍ତି।

ଗାଙ୍ଗୁଲି ବିଦେଶରେ ୨୮ଟି ଟେଷ୍ଟ୍ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିବା ବେଳେ ୧୧ଟିରେ ଦଳ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ କୋହଲି ବିଦେଶରେ ଏଯାବତ୍ ୨୪ଟି ଟେଷ୍ଟ୍ ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଇଥିବା ବେଳେ ଏଥିରୁ ଦଳ ୧୧ଟିରେ ବିଜୟୀ ହୋଇଛି।

ଗାଙ୍ଗୁଲି ସର୍ବମୋଟ ୪୯ଟି ଟେଷ୍ଟ୍ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏଥିରୁ ଦଳ ୨୧ଟିରେ ବିଜୟୀ ହୋଇଥିଲା। ୧୩ଟିରେ ଦଳ ହାରିଥିଲା ଓ ୧୫ଟିରେ ଡ୍ର’ ରହିଥିଲା।

ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୨୭ଟିରେ ବିଜୟୀ ହୋଇଥିଲା। ୧୮ଟିରେ ଦଳ ହାରିଥିବା ବେଳେ ୧୫ଟି ଡ୍ର’ ରହିଥିଲା। ଧୋନିଙ୍କ ନେତୃତ୍ୱରେ ହିଁ ଟିମ୍ ଇଣ୍ଡିଆ ଟେଷ୍ଟରେ ସର୍ବାଧିକ ବିଜୟ ହାସଲ କରିଥିଲା।

ଅନ୍ୟପକ୍ଷରେ ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ୪୫ଟି ଟେଷ୍ଟ୍ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇ ସାରିଥିବା ବେଳେ ଦଳ ୨୬ଟିରେ ବିଜୟ ହାସଲ କରିଛି। ୧୦ଟିରେ ଦଳ ହାରିଥିବା ବେଳେ ୯ଟି ଡ୍ର’ ରହିଛି। ତାଙ୍କ ନେତୃତ୍ୱରେ ଦଳ ବିଦେଶରେ ଆଉ ଗୋଟିଏ ମ୍ୟାଚ୍ ଜିତିଲେ ସେ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ଦେବେ। ସେହିଭଳି ଘରୋଇ ପିଚ୍‌ ଅବା ବିଦେଶରେ ଆଉ ଦୁଇଟି ମ୍ୟାଚ୍ ଜିତିଲେ ସେ ଧୋନିଙ୍କ ରେକର୍ଡ କାଟି ଦେବେ।



from Odisha Reporter http://bit.ly/2EWm7mY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages