ଟସ୍‌ ଜିତି କେବେ ଟେଷ୍ଟ୍ ମ୍ୟାଚ୍ ହାରି ନାହାନ୍ତି ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଟସ୍‌ ଜିତି କେବେ ଟେଷ୍ଟ୍ ମ୍ୟାଚ୍ ହାରି ନାହାନ୍ତି ବିରାଟ

kohli

ମେଲବର୍ଣ୍ଣ: ଅଷ୍ଟ୍ରେଲିଆକୁ ୧୩୭ ରନ୍‌ରେ ହରାଇ ଭାରତ ମେଲବର୍ଣ୍ଣ ଟେଷ୍ଟ୍ ଜିତି ଯାଇଛି। ଏହା ସହିତ ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଦଳ ୨-୧ରେ ଆଗୁଆ ରହିଛି।

ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ସେ ଟସ୍ ଜିତିବା ପରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଯେ, ଭାରତ ଏହି ମ୍ୟାଚ୍ ହାରିବ ନାହିଁ। ଏହା ପଛରେ ଏକ କାରଣ ଥିଲା। ତାହା ହେଉଛି, ଟେଷ୍ଟ ମ୍ୟାଚ୍‌ରେ ଯେବେ କୋହଲି ଟସ୍ ଜିତିଛନ୍ତି, ସେବେ ଭାରତ ହାରି ନାହିଁ। ମ୍ୟାଚ୍ ଜିତିଛି, ନ ହେଲେ ଡ୍ର’ ରଖିଛି। ଆପଣମାନେ ଏହାକୁ ଅନ୍ଧବିଶ୍ୱାସ କହିପାରନ୍ତି। ତେବେ ପରିସଂଖ୍ୟାନ ଦେଖି କ୍ରିକେଟ୍‌ ପ୍ରେମୀ ଏମିତି ବିଶ୍ୱାସ କରି ନିଅନ୍ତି।

କୋହଲି ଏଯାଏ ୨୧ ଥର ଟସ୍ ଜିତିଛନ୍ତି। ଏଥିରୁ ୧୮ଟିରେ ଦଳ ମ୍ୟାଚ୍‌ ଜିତିଥିବା ବେଳେ ତିନିଟିରେ ମ୍ୟାଚ୍ ଡ୍ର’ ରହିଛି।

ଇଂଲଣ୍ଡ ଗସ୍ତ ବେଳେ ଭାରତ ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ସେଥିରେ କୋହଲି ଗୋଟିଏ ବି ଟସ୍ ଜିତି ନଥିଲେ। ତେବେ ସିରିଜ୍‌ରେ ଭାରତ ଗୋଟିଏ ମ୍ୟାଚ୍ ଜିତିଥିଲା। ସେହିପରି ଦକ୍ଷିଣ ଆଫ୍ରିକାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ସେ ଗୋଟିଏ ଥର ଟସ୍ ଜିତିଥିଲେ ଓ ମ୍ୟାଚ୍ ବି ଜିତିଥିଲେ।

କୋହଲି ଏଯାବତ ୪୫ଟି ଟେଷ୍ଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ବେଳେ ଦଳ ୨୬ଟିରେ ଜିତିଛି ଓ ୧୦ଟିରେ ହାରିଛି। ବାକି ୯ଟି ମ୍ୟାଚ୍ ଡ୍ର’ ରହିଛି। ବିଦେଶରେ ସେ ୨୪ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିବା ବେଳେ ଦଳ ୧୧ଟିରେ ଜିତିଛି। ଗାଙ୍ଗୁଲିଙ୍କ ନେତୃତ୍ୱରେ ଦଳ ବିଦେଶରେ ୨୮ଟି ମ୍ୟାଚ୍ ଖେଳିଥିବା ବେଳେ ୧୧ଟିରେ ଜିତିଥିଲା। ତେଣୁ ସେ ଏହି କ୍ଷେତ୍ରରେ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଯାଇଛନ୍ତି।



from Odisha Reporter http://bit.ly/2GML0UU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages