
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ସୁଜି ହାଲ୍ୱା ବା ଗାଜର୍ ହାଲୱା ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ‘ଅମୃତଭଣ୍ଡା ହାଲ୍ୱା’ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: କଞ୍ଚା ଅମୃତଭଣ୍ଡା, ଚିନି, ଖିର, ଘିଅ, କାଜୁ, କିସ୍ମିସ୍ ଓ ଗୁଜୁରାତି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅମୃତଭଣ୍ଡାକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ ଏବଂ ପରେ ଏହାକୁ କୋରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି କୋରା ହୋଇଥିବା ଅମୃତଭଣ୍ଡା ପକାଇ ଭାଜନ୍ତୁ। ଏହା ଟିକେ ଭାଜି ହୋଇ ଆସିଲେ, ଏଥିରେ ଖିର ମିଶାନ୍ତୁ। ଖିର ଫୁଟିଗଲେ, ସେଥିରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ଓ କିସ୍ମିସ୍ ପକାନ୍ତୁ। ଏହାକୁ କଛି ସମୟ କମ୍ ଆଞ୍ଚରେ ଘାଣ୍ଟନ୍ତୁ। ହାଲୱା ଟିକେ ଶୁଖିଲା ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମନପସନ୍ଦର ‘ଅମୃତଭଣ୍ଡା ହାଲ୍ୱା’। ଏହାକୁ ପ୍ଲେଟରେ କାଢ଼ି କାଜୁ କିସ୍ମିସ୍ ଦେଇ ପରଷନ୍ତୁ।
from Odisha Reporter http://bit.ly/2Cv2MIa
No comments:
Post a Comment