ଖାଦ୍ୟରେ ସାମିଲ୍‌ କରନ୍ତୁ ଚୂନା ମାଛ, ମିଳିବ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଖାଦ୍ୟରେ ସାମିଲ୍‌ କରନ୍ତୁ ଚୂନା ମାଛ, ମିଳିବ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚୂନା ମାଛ ଗାଁଠୁ ନେଇ ସହର ପର୍ଯ୍ୟନ୍ତ, ସବୁଠି ସହଜରେ ମିଳିଥାଏ। ଏହାକୁ ସବୁ ବର୍ଗର ଲୋକ ଖଇପାରିବେ କାରଣ ଏହାର ମୂଲ୍ୟ ମଧ୍ୟ ସେପରି ଅଧିକ ନୁହଁ। ତେବେ କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା ମାଛରେ ଭିଟାମିନ୍‌ ଓ ପ୍ରୋଟିନ୍‌ ଭରି ରହିଥାଏ। ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ। ଯେଉଁମାନେ ମାଂସ ଓ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଚୂନା ମାଛ ଏକ ଭଲ ବିକଳ୍ପ। ଏହା ଶରୀର ପାଇଁ ବେଶ୍ ଉପକାରୀ।  ଏବେ ଆସନ୍ତୁ ଜାଣିବା ଚୂନା ମାଛ ଆମ ଶରୀରର କ’ଣ ଉପକାର କରିଥାଏ।

୧. ଚୂନାମାଛ ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା ମଧ୍ୟ କମିଯାଏ।

୨. ଚୁନା ମାଛରେ ଥିବା ଭିଟାମିନ୍‌ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରେ।

୩. ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ। ଏହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ।

୪. ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍‌ କରେ।

୫. ଶ୍ୱାସରୋଗୀଙ୍କ ପାଇଁ ଚୁନା ମାଛ ଖୁବ୍ ଉପକାରୀ। ଏହାକୁ ୬ ମାସ ଯାଏ ନିୟମିତ ଖାଇଲେ, ଶ୍ୱାସରୋଗରୁ ମୁକ୍ତି ମିଳେ।

୬. ଚୂନା ମାଛ ପେଟ ପାଇଁ ଖୁବ୍‌ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ସୁରକ୍ଷା ମିଳିଥାଏ।



from Odisha Reporter http://bit.ly/2SkvVeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages