ଆଇପିଏଲ: ବଦଳିଗଲା ଦିଲ୍ଲୀ ଡେୟାର ଡେଭିଲ୍ସର ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଆଇପିଏଲ: ବଦଳିଗଲା ଦିଲ୍ଲୀ ଡେୟାର ଡେଭିଲ୍ସର ନାଁ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌(ଆଇପିଏଲ୍‌) ଦଳ ଦିଲ୍ଲୀ ଡେୟାର ଡେଭିଲ୍ସ(ଡିଡି) ଆଜି ନିଜ ଦଳର ନାଁକୁ ବଦଳାଇ ଦେଇଛି। ଆଇପିଏଲ୍‌ର ୨୦୧୯ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ‘ଦିଲ୍ଲୀ କ୍ୟାପିଟାଲ୍ସ’ ନାଁରେ ମ୍ୟାଚ୍‌ ଖେଳିବ। ଆଜି ଦିଲ୍ଲୀ ଡେୟାର ଡେଭିଲ୍ସର ମାଲିକ ଜିଏମ୍‌ଆର୍‌ ଗ୍ରୁପ୍‌ ଓ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ନୂଆ ନାଁ ଘୋଷଣା କରାଯାଇଛି।

ଦିଲ୍ଲୀ ଟିମ୍‌ ସବୁ ଆଇପିଏଲ୍‌ର ସବୁ ସଂସ୍କରଣରେ ଭାଗ ନେଇ ଖେଳିଥିଲେ ହେଁ ଆଜି ଯାଏ କେବେ ହେଲେ ଫାଇନାଲ୍‌କୁ ଯାଇ ପାରିନାହିଁ। ଏଥର ଦଳ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଦଳ ନିଜ ନାଁକୁ ବଦଳାଇ ଏକ ନୂଆ ଆରମ୍ଭ କରିବାକୁ ଚାହୁଁଛି। ପୂର୍ବରୁ ଦଳ ମହମ୍ମଦ ଶାମି, ଗୌତମ ଗମ୍ଭୀର, ଗ୍ଲେନ୍‌ ମ୍ୟାକ୍ସୱେଲ ଓ ଜେସନ ରୟଙ୍କ ଭଳି ଖେଳାଳିଙ୍କୁ ଛାଡ଼ି ଦେଇଛି। ଆସନ୍ତା ୧୮ ତାରିଖରେ ଜୟପୁରଠାରେ ଖେଳାଳି ନିଲାମ ପ୍ରକ୍ରିୟା ହେବ। ଏଥିରେ ଦଳ ନୂଆ ଖେଳାଳିଙ୍କୁ ସାମିଲ କରିବାକୁ ଯୋଜନା କରିଛି। ତେଣୁ ନୂଆ ଖେଳାଳିଙ୍କ ସହ ନୂଆ ନାଁ ନେଇ ଦିଲ୍ଲୀ ଏଥର ଆଇପିଏଲ୍‌କୁ ଓହ୍ଲାଇବ। ଏବେ ଦଳ ପାଖରେ ଶିଖର ଧୱନ, ଶ୍ରେୟସ ଆୟର ଓ ରିଷଭ ପନ୍ତଙ୍କ ଭଳି ଖେଳାଳି ରହିଛନ୍ତି।

ତେବେ ଦିଲ୍ଲୀ ଦଳର ଏଭଳି ନାଁ ପରିବର୍ତ୍ତନକୁ କିଛି ଲୋକ ସୋଶାଲ୍‌ ମିଡିଆରେ ସମାଲୋଚନା କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହରର ନାଁ ବଦଳାଉଥିବା ବେଳେ ଏବେ ଦିଲ୍ଲୀ ଟିମ ମଧ୍ୟ ନାଁ ବଦଳାଇବା ଆରମ୍ଭ କରିଛି ବୋଲି ଜଣେ ବ୍ୟକ୍ତି କହିଛନ୍ତି। ସେହିପରି ‘କ୍ୟାପିଟାଲ୍ସ’ର ମାନେ କ’ଣ ବୋଲି ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2QCcS1u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages