ମହାନ ଜନନାୟକ ଆର. ଭେଙ୍କଟରମଣ: ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା-ଅଜଣା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ମହାନ ଜନନାୟକ ଆର. ଭେଙ୍କଟରମଣ: ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା-ଅଜଣା କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାନ ଜନନାୟକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଆର. ଭେଙ୍କଟରମଣଙ୍କ ଆଜି ହେଉଛି ଜନ୍ମଦିନ। ତାଙ୍କର ପୂରା ନାମ ହେଉଛି ରାମାସ୍ୱାମୀ ଭେଙ୍କଟ ରମଣ। ୧୯୧୦ ମସିହା ଡିସେମ୍ୱର ୪ ତାରିଖ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ। ତେବେ ଏହି ମହାନ ବ୍ୟକ୍ତିଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସନ୍ତୁ ତାଙ୍କ ଜୀବନ ସହିତ ଜଡ଼ିତ ୧୦ଟି କଥା ଜାଣିବା।
୧-୧୯୧୦ ମସିହା ଡିସେମ୍ୱର ୪ ତାରିଖ ଆଜିର ଦିନରେ ସେ ତାମିଲନାଡ଼ୁର ତଞ୍ଜୋର ଜିଲ୍ଲାରେ ଥିବା ପଟ୍ଟୁକୋଟ୍ଟାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାମାସ୍ୱାମୀ ଆୟାର୍‌ ପେସାରେ ଜଣେ ଓକିଲ ଥିଲେ।

୨-ଆର୍‌ ଭେଙ୍କଟରମଣଙ୍କର ପ୍ରାରମ୍ଭିକ ଶିକ୍ଷା ତଞ୍ଜୋର ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇଥିଲା। ମାଡ୍ରାସ୍‌ ଲ’ କଲେଜରେ ଆଇନ୍‌ ପାଠ ପଢ଼ି ସାରିବା ପରେ ୧୯୩୫ ମସିହାରେ ସେ ମାଡ୍ରାସ୍‌ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରେ ସେ ୧୯୫୧ ମସିହାରେ ସୁପ୍ରିମ୍‌କୋର୍ଟରେ ଓକିଲାତି କରିଥିଲେ।

୩-ସେ ୧୯୩୧ ମସିହାରେ ଜାନକୀ ଦେବୀଙ୍କୁ ବିବାହ କରିଥିଲେ।

୪-୧୯୪୨ ମସିହାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧିଙ୍କ ସହିତ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଭାରତ ସ୍ୱାଧୀନତା ପାଇବା ପରେ ଓକିଲାତିରେ ତାଙ୍କର ଦକ୍ଷତା ଦେଖି ଭାରତ ସରକାର ତାଙ୍କୁ ଦେଶର ଉତ୍କୃଷ୍ଟ ଓକିଲ ଟିମ୍‌ରେ ସ୍ଥାନ ଦେଇଥିଲେ।

୫-୧୯୫୨ରେ ସେ ଦେଶର ପ୍ରଥମ ସାଂସଦ ଭାବେ ସଂସଦରେ ସ୍ଥାନ ପାଇଥିଲେ। ୧୯୫୭ ପର୍ଯ୍ୟନ୍ତ ସେ ସଂସଦର ସଦସ୍ୟ ରହିଥିଲେ।

୬-୧୯୫୭ ମସିହାରେ ସେ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ। କିନ୍ତୁ ମାତ୍ର କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ।

୭-ଭେଙ୍କଟରମଣ ୧୯୫୩, ୧୯୫୫, ୧୯୫୬, ୧୯୫୮, ୧୯୫୯, ୧୯୬୦ ଏବଂ ୧୯୬୧ରେ ସଂଯୁକ୍ତ ରାଷ୍ଟ୍ର ସଂଘ ମହାସଭାର ପ୍ରତିନିଧିତ୍ୱ କରିଥିଲେ।

୮-୧୯୮୦ ରେ ସେ ପୁଣି ଥରେ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧିଙ୍କ ସମୟରେ ସେ ଭାରତର ପ୍ରତି ରକ୍ଷାମନ୍ତ୍ରୀ ପଦରେ ରହିଥିଲେ। ତାଙ୍କ ସାହାଯ୍ୟରେ ଭାରତ ମିସାଇଲ୍‌ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲା।  ନିଜର ପଦରେ ରହି ସେ ଏ.ପି.ଜେ ଅବ୍‌ଦୁଲ୍‌ କଲାମ୍‌ଙ୍କୁ ମିସାଇଲ୍‌ ପ୍ରୋଗ୍ରାମ୍‌ କ୍ଷେତ୍ରରେ ସାହାଯ୍ୟ କରିଥିଲେ।

୯-୧୯୮୪ ମସିହା ଅଗଷ୍ଟ ମାସରେ ଭେଙ୍କଟ ରମଣଙ୍କୁ ଭାରତର ଉପରାଷ୍ଟ୍ରପତି ଭାବରେ ଚୟନ କରାଯାଇଥିଲା। ଏହାପରେ ୧୯୮୭ ମସିହା ୨୫ ଜୁଲାଇରେ ସେ ଭାରତର ଅଷ୍ଟମ ରାଷ୍ଟ୍ରପତିଭାବେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଥିଲେ। ନିଜର ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ୪ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି।

୧୦-୨୭ ଜାନୁଆରୀ ୨୦୦୯ରେ ଆର. ଭେଙ୍କଟରମଣ ଦେହତ୍ୟାଗ କରିଥିଲେ।



from Odisha Reporter https://ift.tt/2DXDG5Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages