ଅନୁତାପ କଲେ ଅଭିଜିତ୍‌: ପିଲାଦିନର ଇଂରାଜୀ ମିସ୍‌ଙ୍କ କଥା ମନେ ପକାଇ ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଅନୁତାପ କଲେ ଅଭିଜିତ୍‌: ପିଲାଦିନର ଇଂରାଜୀ ମିସ୍‌ଙ୍କ କଥା ମନେ ପକାଇ ଲେଖିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚାତାପ୍‌ କଲେ ଅଭିଜିତ୍‌ ଆୟର। କୋଣାର୍କ ଓ ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇ ଜେଲରୁ ମୁକୁଳିବା ପରେ ନିଜ ଭୁଲକୁ ନେଇ ଅନୁତାପ କରିଛନ୍ତି ଅଭିଜିତ୍‌ ଆୟର ମିତ୍ର। ଏନେଇ ନିଜ ଛାତ୍ର ଜୀବନର ସ୍କୁଲ ଶିକ୍ଷୟିତ୍ରୀ ତାଙ୍କ ବିଷୟରେ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ସେ ମନେ ପକାଇ ଟ୍ୱିଟ୍‌ କରିଛନ୍ତି। ଅଭିଜିତ୍‌ ଆୟର ଲେଖିଛନ୍ତି ଯେ, ଦଶମ ଶ୍ରେଣୀରେ ମୋର ପ୍ରିୟ ତଥା ମତେ ଖୁବ୍‌ ଭଲ ପାଉଥିବା ଇଂରାଜୀ ଶିକ୍ଷୟିତ୍ରୀ ପ୍ରେମା ରଘୁନାଥ କହିଥିଲେ ଯେ, ତୁମ ଜୋଜ୍‌ ଗୁଡ଼ିକ ତୁମ ସରିୟସ୍‌ କମେଣ୍ଟଠାରୁ ଠାରୁ ଅଧିକ ବିପଦପୂର୍ଣ୍ଣ । ଯାହାକୁ ଆଜି ମୁଁ ଅନୁଭବ କରୁଛି ଏବଂ ତାଙ୍କ କହିବାର ଅର୍ଥ ବୁଝି ପାରୁଛି। ଅଭିଜିତ୍‌ଙ୍କ ଏହି ଟ୍ୱିଟ୍‌ ଉପରେ ଅନେକ୍‌ ରି-ଟ୍ୱିଟ୍‌ କରି ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।

 

ସୂଚନାଯୋଗ୍ୟ ଯେ, ଅଭିଜିତ୍‌ ଆୟର କୋଣାର୍କ, ପୁରୀ ଏବଂଓଡ଼ିଶା ଉପରେ ଟ୍ୱିଟ୍‌ କରି କେତେକ ଅଶାଳୀନ ମନ୍ତବ୍ୟ ଦେବା ସହ କଟାକ୍ଷ ମଧ୍ୟ କରିଥିଲେ। ଯାହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ହେବା ସହ ଓଡ଼ିଶା ବିଧାନସଭା ପକ୍ଷରୁ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଥିଲା।

ପରେ ତାଙ୍କୁ ଗିରଫ କରି ଝାରପଡ଼ା ଜେଲରେ ରଖାଯାଇଥିଲା। ଏନେଇ ସେ କ୍ଷମାପ୍ରାର୍ଥନା ମଧ୍ୟ କରିସାରିଥିଲେ। ଅନ୍ୟପଟେ ରାଜ୍ୟସରକାର ଜାତୀୟସ୍ତରରେ ସମାଲୋଚନାର ଶିକାର ହେବା ପରେ ତାଙ୍କ ଉପରୁ ମାମଲା ପ୍ରତ୍ୟାହାର କରିଥିଲେ। ପରେ ତାଙ୍କୁ କୋର୍ଟରୁ ଜାମିନ୍ ମିଳିଥିଲା। ପ୍ରାୟ 43 ଦିନ ଜେଲରେ ରହିବା ପରେ ସେ ମୁକୁଳିଥିଲେ।



from Odisha Reporter https://ift.tt/2PuGvxc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages