ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା

dpc

ବଣାଇ(ରଣଜିତ୍ ଚୌଧୁରୀ): ରାତିରେ ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ।

ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ (ଡିପିସି)ର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ।

ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଗାଡ଼ିଟି ଅଟକି ଯିବା ପରେ ସେମାନେ କର୍ମଚାରୀଙ୍କଠାରୁ ଲୁଟ୍‌ପାଟ୍ କରିବା ସହ ଶେଷରେ ଗାଡ଼ି ନେଇ ପଳାଇ ଥିଲେ। କର୍ମଚାରୀମାନେ ରାତି ସାରା ଜଙ୍ଗଲରେ ଥିଲେ। ସକାଳ ହେବା ପରେ ଫେରିଥିଲେ।

ଏନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।



from Odisha Reporter https://ift.tt/2G54Uu4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages