ନିର୍ବାଚନ ପୂର୍ବରୁ ବିଜେଡିର ମନେପଡ଼ିଲା ସ୍ୱତନ୍ତ୍ର ପାହ୍ୟା ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ନିର୍ବାଚନ ପୂର୍ବରୁ ବିଜେଡିର ମନେପଡ଼ିଲା ସ୍ୱତନ୍ତ୍ର ପାହ୍ୟା ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ନିରବତା ପରେ ସଂସଦରେ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗକୁ ବିଜେଡି ଉଠାଇବ। ଏହାବ୍ୟତୀତ ସ୍ୱାମୀନାଥନ୍ ରିପୋର୍ଟ ଆଧାରରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ତିତଲି କ୍ଷତିପୂରଣ ଆଦି ମୋଟ ୯ଟି ପ୍ରସଙ୍ଗକୁ ସଂସଦର ଶୀତ ଅଧିବେଶନରେ ବିଜେଡି ଉତଥାପନ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେଡି ଭୁଲି ଯାଇଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ପୁଣିଥରେ ଉଜ୍ଜୀବିତ କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି। ଗତ କିଛିମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗକୁ ଦଳ ନିଜର ନିର୍ବାଚନୀ ରଣନୀତି କରିବ ବୋଲି ଆଭାସ ମଧ୍ୟ ଦେଇଥିଲେ।

ଆଜି ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ବୈଠକରେ ଦଳ ଯେଉଁ ସବୁ ପ୍ରସଙ୍ଗ ଉତଥାପନ କରିବ ତା’ର ଚିଠା ପୂର୍ବରୁ ପ୍ରସ୍ତୁତ ହୋଇଥିଲା ତଥା ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅବଗତ କରାଇଥିଲେ।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ସଂସଦରେ ଯେଉଁ ସବୁ ପ୍ରସଙ୍ଗ ଉଠାଯିବ ଆଜିର ବୈଠକରେ ସେ ସମସ୍ତ ପ୍ରସଙ୍ଗ ଦଳର ସାଂସଦମାନେ ଉଠାଇଥିଲେ। ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳ ପକ୍ଷରୁ ବିଶେଷ ଭାବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଯିବ। ଅନ୍ୟ ରାଜ୍ୟର କେତେକ ଦଳର ନେତାମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ। ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ସମ୍ପୃକ୍ତ ଦଳଗୁଡ଼ିକ ସହ ଆଲୋଚନା ଚାଲିଛି।

ସେହିପରି ଦ୍ୱିତୀୟ ପ୍ରସଙ୍ଗ ହେଉଛି, ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବ ବୋଲି କହିଥିଲା। କିନ୍ତୁ ତାହା ହେଲାନି। ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ଚାଷୀମାନଙ୍କୁ ଦେବାକୁ ରିପୋର୍ଟରେ ସୁପାରିସ୍ କରାଯାଇଥିଲା କିନ୍ତୁ ତାହା ହୋଇନଥିବାରୁ ବିଜେଡି ସଂସଦରେ ଏହି ପ୍ରସଙ୍ଗ ଉଠାଇବ। ସେହିପରି ନିକଟରେ ଓଡ଼ିଶା ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣକୁ ନେଇ ସଂକଳ୍ପ ଗୃହୀତ ହୋଇଛି। ଦଳର ବରିଷ୍ଠ ନେତାମାନେ ମଧ୍ୟ ବୈଠକ କରି ଦେଶର ଅନ୍ୟ ଆଞ୍ଚଳିକ ଓ ଜାତୀୟ ଦଳ ସହ ଆଲୋଚନା କରି ସଂସଦରେ ଏହି ମହିଳା ବିଲକୁ ପାସ କରାଇବାକୁ ସମର୍ଥନ ଲୋଡ଼ିବେ।

ସେହିପରି ତିତଲି କ୍ଷତିପୂରଣ ମିଳିବାରେ ବିଳମ୍ବ, କେନ୍ଦୁପତ୍ର ଉପରେ ଜିଏସଟିକୁ ୧୮%ରୁ ୫ ପ୍ରତିଶତକୁ ହ୍ରାସ, ପାଇକ ବିଦ୍ରୋହର ପୁରୋଧା ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନ ଚଳାଚଳ, ତଫସିଲଭୁକ୍ତ ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ ନିୟମରେ ପରିବର୍ତ୍ତନକୁ ବିରୋଧ ସହ ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲର ଅଗ୍ରଗତି ପ୍ରସଙ୍ଗକୁ ଦଳର ସାଂସଦମାନେ ଆଗାମୀ ଶୀତ ଅଧିବେଶନରେ ଉଠାଇବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ଦେବ କହିଛନ୍ତି।



from Odisha Reporter https://ift.tt/2Ek49eX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages