ସୋନିଆଙ୍କ ପାଖକୁ ରାଜୀବ ପଠାଇଥିବା ସେଇ ଲଭ୍‌ଲେଟର ଓ ୱାଇନ୍‌ ବଟଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ସୋନିଆଙ୍କ ପାଖକୁ ରାଜୀବ ପଠାଇଥିବା ସେଇ ଲଭ୍‌ଲେଟର ଓ ୱାଇନ୍‌ ବଟଲ୍‌

ନୂଆଦିଲ୍ଲୀ: ଏ ଘଟଣା ହେଉଛି ୧୯୬୫ ମସିହାର। ଯେତେବେଳେ ସୋନିଆ ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ୧୯୪୬ରେ ଇଟାଲୀରେ ଜନ୍ମିତ ସୋନିଆଙ୍କୁ ସ୍ପାନିଶ୍ ଓ ରଷିଆନ୍‌ ଭାଷା ବେଶ୍‌ ଭଲଭାବେ ଜଣାଥିଲା। ହେଲେ ଇଂରାଜୀ ଏତେ ଭଲଭାବେ ଜଣା ନ ଥିଲା। ତେଣୁ ସେ କେମ୍ବ୍ରିଜ୍‌କୁ ଇଂରାଜୀ ଅଧ୍ୟୟନ ପାଇଁ ଆସିଥିଲେ। ସେତେବେଳେ ରାଜୀବ ଗାନ୍ଧି ମଧ୍ୟ କେମ୍ବ୍ରିଜ୍‌ରେ ପଢ଼ୁଥିଲେ। ଦିନକର ଘଟଣା। ସୋନିଆଙ୍କୁ ଇଟାଲୀୟ ଫୁଡ୍‌ ଖାଇବାକୁ ମନ ହେଲା। ସେ ଭଲ ଇଟାଲୀୟ ରେଷ୍ଟୁରାଣ୍ଟର ସନ୍ଧାନରେ ବାହାରିପଡ଼ିଲେ। ଅନେକ ଖୋଜିବା ପରେ ସେ ପହଞ୍ଚିଥିଲେ ଆଣ୍ଡ୍ରୁ ରୋଡ୍‌ ସ୍ଥିତ  ୱାର୍ସିଟି ନାମକ ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟରେ। ଏହି ରେଷ୍ଟୁରାଣ୍ଟର ମାଲିକ ରାଜୀବ ଗାନ୍ଧିଙ୍କ ବନ୍ଧୁ ଥିଲେ।
 
ସେହି ସମୟରେ ରାଜୀବ୍‌ ଗାନ୍ଧି ମଧ୍ୟ ସେହି ରେଷ୍ଟୁରାଣ୍ଟରେ ଲଞ୍ଚ୍‌ କରିବାକୁ ପହଞ୍ଚିଥିଲେ।  ସେଠାରେ ଜଣେ ବନ୍ଧୁ ରାଜୀବଙ୍କ ସହ ସୋନିଆଙ୍କ ସହ ପରିଚୟ କରାଇଥିଲେ। ବାସ ସେହି ପ୍ରଥମ ଦେଖାରେ ହିଁ ସୋନିଆଙ୍କ ପାଖରେ ରାଜୀବ୍‌ ହୃଦୟ ହାରିଥିଲେ। ସେତେବେଳେ ସୋନିଆଙ୍କ ସହ ତାଙ୍କ ପାକିସ୍ତାନୀ ସାଥୀ  ତାହିର୍‌ ଜାହାଙ୍ଗୀର ଥିଲେ। ବରିଷ୍ଠ ସାମ୍ବାଦିକ ରଶିଦ୍‌ କିଦ୍‌ୱାଇ ତାଙ୍କ ବହି, ‘ସୋନିୟା-ଏ ବାୟୋଗ୍ରାଫି’ରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି। ତାହିର୍‌ ଜାହାଙ୍ଗୀରଙ୍କ ମତକୁ ଉଲ୍ଲେଖ କରି ରଶିଦ୍‌ ଲେଖିଛନ୍ତି ଯେ, ଯେମିତି ସୋନିଆ ରାଜୀବଙ୍କ ଟେବୁଲ୍‌ ପାଖ ଦେଇ ଅତିକ୍ରମ କଲେ, ସାଙ୍ଗମାନଙ୍କ ସହ ଥଟ୍ଟା ମଜା କରୁଥିବା ରାଜୀବ୍ ଏକଦମ୍‌ ଚୁପ୍‌ ହୋଇଗଲେ। ସେ ଭାବନା ରାଇଜରେ ହଜିଯାଇଥିଲେ। ଆଉ ମୁଁ (ତାହିର୍‌ ଜାହାଙ୍ଗୀର) ଦେଖିଲି ଯେ ତତ୍‌କ୍ଷଣାତ୍‌ ରାଜୀବ୍‌ ଏକ ନ୍ୟାପ୍‌କିନ୍‌ ଉଠାଇଲେ ଓ ସେଥିରେ ପେନ୍‌ ଧରି କବିତା ଲେଖିବାକୁ ଲାଗିଲେ। 
 
ସୋନିଆଙ୍କ ପ୍ରତି ଥିବା ଭଲପାଇବା ଓ  ମନର ସବୁ କଥା ସେ ସେହି ନ୍ୟାପ୍‌କିନ୍‌ରେ ଉତାରି ଦେଇଥିଲେ। ତା’ପରେ ରାଜୀବ୍‌ ତାଙ୍କ ସାଙ୍ଗ ତଥା ରେଷ୍ଟୁରାଣ୍ଟ ମାଲିକ୍‌ଙ୍କୁ ଏକ ୱାଇନ୍‌ ବୋତଲ ସହ ତାଙ୍କ କବିତା ଲେଖା ହୋଇଥିବା ନ୍ୟାପକିନ୍‌କୁ ସୋନିଆଙ୍କ ନିକଟରେ ପହଞ୍ଚାଇବାକୁ କହିଥିଲେ। ବାସ୍‌ ସେବେଠୁ ଆରମ୍ଭ ହୋଇଥିଲା ରାଜାବ ଗାନ୍ଧି ଓ ସୋନିଆଙ୍କ ପ୍ରେମ କାହାଣୀ। ପ୍ରଥମ ଦେଖାରେ ସୋନିଆଙ୍କୁ ମଧ୍ୟ ରାଜୀବ ପସନ୍ଦ ଆସିଯାଇଥିଲେ। ୩ ବର୍ଷ ଉଭୟ ପରସ୍ପରକୁ ଡେଟିଂ କରିବା ପରେ ୧୯୬୮ ମସିହା ଜାନୁୟାରୀ ୧୩ରେ  ସୋନିଆ ପ୍ରଥମଥର ଭାରତ ଆସିଥିଲେ ଓ ପରେ ସେହିବର୍ଷ ଫେବୃୟାରୀ ୨୫ରେ ଦୁହିଁଙ୍କର ଦିଲ୍ଲୀରେ ବାହାଘର ହୋଇଥିଲା।


from Odisha Reporter https://ift.tt/2Eb1aUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages