ସରକାରଙ୍କ ମିଛ ପ୍ରଚାରର ପ୍ରମାଣ ହେଉଛନ୍ତି ‘ଲକ୍ଷ୍ମଣ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ସରକାରଙ୍କ ମିଛ ପ୍ରଚାରର ପ୍ରମାଣ ହେଉଛନ୍ତି ‘ଲକ୍ଷ୍ମଣ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ ଛିଡ଼ା ହୋଇଛି। ଏଥର ରାଜ୍ୟ ସରକାରଙ୍କ ବିଜ୍ଞାପନର ପୋଷ୍ଟର ବୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ନୂଆପଡା ଜିଲ୍ଲା ଭେଲ ଗାଁର ଲକ୍ଷ୍ମଣ କୁମ୍ଭାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ପାଇଥିବା ନେଇ ସରକାର ଦେଇଥିବା ବିଜ୍ଞାପନ ପ୍ରକାଶ କରିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଥିଲେ ଲକ୍ଷ୍ମଣ। ପରେ ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା।

ହୃଦରୋଗରେ ପୀଡିତ ଲକ୍ଷ୍ମଣ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ କଟକ ବଡ଼ ମେଡିକାଲରେ ତାଙ୍କୁ ଚିକିତ୍ସା ମିଳିପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମଣଙ୍କୁ ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ନେତ୍ରୀ ଅପରାଜିତା ଷଡଙ୍ଗୀ ଭେଟିଛନ୍ତି। ପରେ ସମୀର ଅଭିଯୋଗ କରିଛନ୍ତି ଯେ, କଟକରେ ବେଡ୍‌ ନାହିଁ କହି ଲକ୍ଷ୍ମଣଙ୍କୁ ଫେରାଇ ଦେଇଥିବା ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ମିଛ ପ୍ରଚାର କରୁଛନ୍ତି।

କିଛି ଦିନ ତଳେ ନୂଆପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଧ୍ୟ ଲକ୍ଷ୍ମଣଙ୍କୁ ନେଇ ସରକାର ମିଛ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ଏହାର ଉତ୍ତର ଦେଇ କହିଥିଲା, ନୂଆପଡାରେ ତା’ର ମାଗଣା ଚିକିତ୍ସା ହୋଇଥିବା ବେଳେ କଟକ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ଲକ୍ଷ୍ମଣଙ୍କୁ ଦିନରେ ଲଣ୍ଠନ ଦେଖାଇଲେ ନବୀନ !



from Odisha Reporter https://ift.tt/2RHxz9Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages