
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ କଲ୍ୟାଣ ପାଇଁ ମନ୍ତ୍ରିସ୍ତରୀୟ କମିଟିର ଦ୍ୱିତୀୟ ବୈଠକ ଆଜି ହୋଇଯାଇଛି। ବୈଠକରେ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ୨୬ଟି ଚାଷୀ ସଂଗଠନର କର୍ମକର୍ତ୍ତା, କୃଷି ବିଶେଷଜ୍ଞ, ଅଗ୍ରଣୀ ଚାଷୀ ଓ ସାମାଜିକ କର୍ମୀ ଯୋଗଦେଇ ଚାଷୀ ଏବଂ ଚାଷ ସମସ୍ୟା ନେଇ ଆଲୋଚନା ହୋଇଥିଲା।
କୃଷିଋଣ ସମସ୍ୟା, ଗୋଦାମ ଗୃହ ଅଭାବ, ରୋଗ ପୋକ ସମସ୍ୟା, ନକଲି ବିହନ, ମଣ୍ଡିରେ ଖାଦ୍ୟ ପାନୀୟ ସୁବିଧା ପ୍ରଚଳନ, ଏମ୍ଏସ୍ପି ବୃଦ୍ଧି ଓ ବିନା ଟଙ୍କାରେ ଫସଲ ବୀମା ଭଳି ସୁବିଧା କାର୍ଯ୍ୟକାରୀ କରାଇବା ନେଇ ଏଥିରେ ପ୍ରସ୍ତାବ ରଖାଯାଇଥିଲା।
ତେବେ ଚାଷୀ ସୁରକ୍ଷା ଭତ୍ତା ପ୍ରସ୍ତାବକୁ ଏଜେଣ୍ଡାରେ ସ୍ଥାନ ଦିଆଯାଇ ନଥିବାରୁ ନବନିର୍ମାଣ କୃଷକ ସଂଗଠନ ମୁଖ୍ୟ ଅକ୍ଷୟ କୁମାର ବୈଠକକୁ ବର୍ଜନ କରିବା ସହ ଆଜିକୁ ୬ ଦିନ ହେବ ଅନଶନରେ ବସିଛନ୍ତି।
from Odisha Reporter https://ift.tt/2AZRk57
No comments:
Post a Comment