‘କାଳିଆ’ ଯୋଜନା ନୂଆ ପ୍ୟାକିଂରେ ପୁରୁଣା ଡ୍ରେସ୍‌: ଅକ୍ଷୟ କୁମାର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

‘କାଳିଆ’ ଯୋଜନା ନୂଆ ପ୍ୟାକିଂରେ ପୁରୁଣା ଡ୍ରେସ୍‌: ଅକ୍ଷୟ କୁମାର 

kalia

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। କାଳିଆ ଯୋଜନା ଜରିଆରେ ‘ପୁରୁଣା ଡ୍ରେସ୍‌କୁ ନୂଆ ପ୍ୟାକିଂ’ ଭାବେ ଚାଷୀଙ୍କୁ ପ୍ରଲୋଭିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଏ ସରକାର ରାଜ୍ୟରେ କୃଷକଙ୍କ ମୁଖ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି। ଚାଷୀଙ୍କ ପ୍ରାଇସ୍, ପେନ୍‌ସନ୍‌ ଏବଂ କୃଷି ଋଣ ଛାଡ଼ରୁ ଖସିବା ପାଇଁ ଏପରି ବାହାନା କରାଯାଇଛି।”

କାଳିଆ ନାଁକୁ ନେଇ ରାଜନୀତି କରାଯାଉଛି ବୋଲି କହି ସେ ସରକାରଙ୍କ ତୀବ୍ର ସମାଲୋଚନା କରିଛନ୍ତି।

ୟାଙ୍କ ମନ ଅସ୍ଥିର ହୋଇଗଲାଣି: କଂଗ୍ରେସ୍‌

କାଳିଆ ଯୋଜନାକୁ ନେଇ ଆଜି ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ୟାଙ୍କର କୌଣସି କାମ ଠିକ୍‌ ନୁହେଁ। ମନ ଅସ୍ଥିର ହୋଇଗଲାଣି। ୩ଟି ରାଜ୍ୟରେ ନିର୍ବାଚନ ଫଳାଫଳକୁ ଦେଖି ସେ ଅସ୍ଥିର। ନ ହେଲେ ୧୮ ବର୍ଷ ହେଲା ଯାହାକୁ ଚାଷୀଙ୍କ ଦୁଃଖ ଦେଖା ଯାଉ ନଥିଲା, ଏବେ ଦେଖାଗଲା। ଏମାନେ ତ ୧୮ ବର୍ଷରେ ଗୋଟିଏ ବି ନୂଆ ଜଳସେଚନ ଯୋଜନା କରିନାହାନ୍ତି।

ନିର୍ବାଚନୀ ଧୂଆଁବାଣ: ବିଜେପି

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ସରକାର ଯେଉଁ କାଳିଆ ଯୋଜନା କଥା କହୁଛନ୍ତି, ଏହା ସମ୍ପୂର୍ଣ୍ଣ ଧୂଆଁବାଣ। ସରକାରଙ୍କ ଏହି ନୂଆ ଯୋଜନା ରାଜ୍ୟର ଚାଷୀଙ୍କୁ ହତୋତ୍ସାହିତ କରିବ। ଏଥିରେ ଚାଷୀଙ୍କ ପାଇଁ ଗୋଟିଏ ହେଲେ ବି ପ୍ରୋତ୍ସାହନ ନାହିଁ। ଚାଷୀ ଏଠାରେ ମଣ୍ଡି ବାହାରେ ମିଲର୍ସ ଓ ଦଲାଲଙ୍କୁ ସିଧାସଳଖ ଧାନ ବିକୁଛନ୍ତି। ସରକାର ଚାଷୀଙ୍କୁ ନେଇ କେବଳ ରାଜନୀତି କରିବା ଜାଣିଛନ୍ତି। ନବୀନ ବାବୁ ହେଉଛନ୍ତି ତାଙ୍କ ରିଙ୍ଗ ମାଷ୍ଟର।”

ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି: ବିଜେଡି

କାଳିଆ ଯୋଜନାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ଏହି ଯୋଜନାରେ ରାଜ୍ୟର ୯୨ ପ୍ରତିଶ୍ରତ ଚାଷୀ ଉପକୃତ ହେବେ। ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକଙ୍କ ପାଇଁ ଏହି ଯୋଜନା ଲାଭଦାୟକ ହେବ। ଏହା ଏକ ଅଭିନବ ଯୋଜନା। ଏବଂ ଏକ ଯୁଗାନ୍ତକାରୀ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।”



from Odisha Reporter http://bit.ly/2EJftkL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages