ଶସ୍ତା ହେବ ଏହିସବୁ ସାମଗ୍ରୀ, ଜିଏସ୍‌ଟି ହ୍ରାସ ନେଇ ଘୋଷଣା କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ଶସ୍ତା ହେବ ଏହିସବୁ ସାମଗ୍ରୀ, ଜିଏସ୍‌ଟି ହ୍ରାସ ନେଇ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ସ୍ୱରୂପ ପରୋକ୍ଷ ଟିକସର ସରଳୀକରଣ ଏବଂ ସାଧାରଣ ଲୋକଙ୍କ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଟିକସ ହ୍ରାସ ନେଇ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ପରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ।

୩୩ଟି ସାମଗ୍ରୀକୁ ୧୮% ଜିଏସ୍‌ଟି ସ୍ଲାବ୍‌ରୁ ୧୨% ଏବଂ ୫% ଟିକସ ସ୍ଲାବ୍‌କୁ ହ୍ରାସ କରାଯାଇଛି।

ବୈଠକ ପରେ ଗଣମାଧ୍ୟମକୁ ଅର୍ଥମନ୍ତ୍ରୀ ଶ୍ରୀ ଜେଟ୍‌ଲୀ ବିଭିନ୍ନ ସାମଗ୍ରୀରେ ଟିକସ ହ୍ରାସ ବାବଦରେ କହିଛନ୍ତି।

  • ୧୦୦ ଟଙ୍କା ଯାଏ ମୂଲ୍ୟର ସିନେମା ଟିକେଟ୍‌କୁ ୧୨% ଟିକସ ସ୍ଲାବ୍‌କୁ ହ୍ରାସ କରାଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ଟିକେଟ୍‌ ପୂର୍ବବତ୍‌ ୧୮% ସ୍ଲାବ୍‌ରେ ରହିବ।
  • ତୀର୍ଥଯାତ୍ରାପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଯାତ୍ରା କ୍ଷେତ୍ରରେ ‘ଇକୋନୋମି’ କ୍ଲାସ୍‌ ପାଇଁ ୫% ଜିଏସ୍‌ଟି ଏବଂ ‘ବିଜିନେସ୍‌’ କ୍ଲାସ୍‌ ପାଇଁ ୧୨% ଜିଏସ୍‌ଟି ଲାଗୁ ହେବ।
  • ୩୨ ଇଞ୍ଚରୁ କମ୍‌ କମ୍ପ୍ୟୁଟର ମନିଟର୍‌ ବା ସ୍କ୍ରିନ୍‌, ଗିଅର ବକ୍ସ, ରିଟ୍ରେଡେଡ୍‌ ଟାୟାର୍ସ, ଲିଥିଅମ୍‌ ବ୍ୟାଟେରୀ ସହିତ ପାୱାର ବ୍ୟାଙ୍କ, ଭିଡିଓ ଗେମ୍‌ ଏବଂ ଅନ୍ୟ କ୍ରୀଡ଼ା ସାମଗ୍ରୀ ଆଦିରେ ଜିଏସ୍‌ଟି ୨୮%ରୁ ହ୍ରାସ ପାଇ ୧୮% କୁ ଖସିବ।
  • ଜିଏସ୍‌ଟି କାରଣରୁ କ୍ଷତି ସହିଥିବାରୁ ରାଜ୍ୟ ଗୁଡ଼ିକୁ ୪୮ ହଜାର କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିଲା। ଚଳିତ ବର୍ଷ ୬୦ ହଜାର କୋଟି କ୍ଷତିପୂରଣ ଦିଆଯିବ।
  • ୩୪ଟି ବିଳାସମୟ ସାମଗ୍ରୀ ବା ‘ସିନ୍‌ ଗୁଡ୍ସ’ () ମୂଲ୍ୟ ପୁର୍ନନିର୍ଦ୍ଧାରଣରୁ ବାଦ୍‌ ଦିଆଯାଇଛି। ସିନ୍‌ ଗୁଡ୍ସ ସମାଜ ପ୍ରତି କ୍ଷତିକାରକ ହୋଇଥାଏ। ମଦ, ଡ୍ରଗ୍ସ, ଫାଷ୍ଟ୍‌ ଫୁଡ୍‌, କ୍ୟାଣ୍ଡି, କଫି, ସୁଗାର୍‌, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ଏହାର ଉଦାହରଣ।
  • ପୂର୍ବରୁ ୨୮% ଜିଏସ୍‌ଟି ଲାଗୁ ହେଉଥିବା ୨୨ଟି ଉତ୍ପାଦକୁ ଏଥିରୁ ବାଦ୍‌ ଦିଆଯାଇଛି ଏ ମଧ୍ୟରେ ଟିଭି, ସିମେଣ୍ଟ, ଯାନବାହାନ ପାର୍ଟସ୍‌ ଆଦି ଅଛି।
  • ଆବାସିକ ସାମଗ୍ରୀ ଗୁଡ଼ିକ ଉପରେ ଟିକସ ଲାଗୁ ବାବଦରେ ଜାନୁଆରୀ ମାସରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ।

     



from Odisha Reporter http://bit.ly/2Ad6LYi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages