ରାଜ୍ୟରେ ଖୋଲିବ ୯୨ଟି ମଡେଲ୍‌ ସ୍କୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ରାଜ୍ୟରେ ଖୋଲିବ ୯୨ଟି ମଡେଲ୍‌ ସ୍କୁଲ୍‌

jueloram

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ୪୬୨ଟି ଏକଲବ୍ୟ ମଡେଲ୍‌ ସ୍କୁଲ୍‌ ପ୍ରତିଷ୍ଠା ହେବ। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍ ସ୍କୁଲ୍‌ ପ୍ରତିଷ୍ଠା ହେବ।

ସୁନ୍ଦରଗଡ଼ ସର୍କିଟ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ୍‌।

ପ୍ରତି ମଡେଲ୍ ସ୍କୁଲ୍‌ ନିର୍ମାଣ ଲାଗି ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ପ୍ରତି ପିଲାଙ୍କ ପିଛା ଦିଆଯାଉଥିବା ୬୧ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୯ ହଜାର ଟଙ୍କା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଏହି ସ୍କୁଲ୍‌ଗୁଡ଼ିକର ବିଦ୍ୟାଳୟ ପରିଚାଳନା ପାଇଁ ମନ୍ତ୍ରାଳୟ ପକ୍ଷରୁ ନବୋଦୟ ବିଦ୍ୟାଳୟ ସମିତି ଢାଞ୍ଚାରେ କମିଶନରେଟ୍‌ ପ୍ରତିଷ୍ଠା କରାଯିବ ବୋଲି ଜୁଏଲ କହିଛନ୍ତି।



from Odisha Reporter https://ift.tt/2GqL1Og

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages