ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ୨୦୧୮ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଡକ୍ଟର ଦାସ ବିଶେଷକରି ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବେ ଜଣାଶୁଣା। ସାହିତ୍ୟର ବିଭିନ୍ନ ଦିଗ ଓ ବିଷୟ ଉପରେ ଗବେଷଣାତ୍ମକ ପ୍ରବନ୍ଧମାନ ଲେଖି ସେ ଓଡ଼ିଆ ପାଠକମାନଙ୍କ ପାଖରେ ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘଦିନ ଧରେ ସେ ଅଧ୍ୟାପନା ‍କ୍ଷେତ୍ରରେ କାର୍ଯ୍ୟ କରିଆସିଛନ୍ତି। ‘କବିସୂର୍ଯ୍ୟ କାବ୍ୟବିଭା’ ପରି ବହୁ ପୁସ୍ତକର ସେ ରଚୟିତା। ତାଙ୍କର ଆଉକିଛି ଲୋକପ୍ରିୟ ପୁସ୍ତକ ହେଲା- ମୃତ୍ୟୁଲୋକରେ ଋତୁ ସପ୍ତମ, କାବ୍ୟସମ୍ବାଦ, ଓଡ଼ିଆ ସାହିତ୍ୟ ଚିନ୍ତା, ଐତିହ୍ୟ ଓ ଆଧୁନିକତା, ବିଦଗ୍ଧ ମାନସ, ବିବିଧ ପ୍ରସ୍ତାବ, ସାହିତ୍ୟ ବିବେକ, ଆଧୁନିକ କାବ୍ୟ ଜିଜ୍ଞାସା- ଚିତ୍ରକଳ୍ପ।

ସେହିପରି ଚଳିତବର୍ଷ ‘ସାହିତ୍ୟ ଏକାଡେମୀ ଭାଷା ସମ୍ମାନ’ ପାଇବେ ଗଗନେନ୍ଦ୍ର ନାଥ ଦାଶ ଏବଂ ‘କୋଶଳି ସମ୍ବଲପୁରୀ ଭାଷା ସମ୍ମାନ’ ମିଳିତ ଭାବରେ ପାଇବେ ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ।



from Odisha Reporter https://ift.tt/2UgNc9F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages