
ଚେନ୍ନାଇ: ଛାତ୍ରୀନିବାସର ବାଥ୍ରୁମ୍ ସମେତ ବିଭିନ୍ନ ସ୍ଥାନରେ ହିଡିନ୍ କ୍ୟାମେରା ଲାଗିଥିବା ନେଇ ଅଭିଯୋଗ ଆସିବାପରେ ଚେନ୍ନାଇ ପୁଲିସ୍ ସମ୍ପତ୍ ରାଜ୍ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଠାକାର ଅନ୍ତେବାସୀମାନେ ଗତ ଡିସେମ୍ବର ୨ ତାରିଖରେ ଏନେଇ ଅଭିଯୋଗ ଆଣିବାପରେ ମଙ୍ଗଳବାର ପୁଲିସ୍ ଏହି ହଷ୍ଟେଲ ପରିଦର୍ଶନ କରି ଏପରି ହେଉଥିବା ନିଶ୍ଚିତ କରିଥିଲା।
ସମ୍ପତ୍ ଓରଫ ସଞ୍ଜୟ ରୁମ୍ ଭଡ଼ା ସମ୍ପର୍କିତ ଏକ ଫେସବୁକ୍ ଗ୍ରୁପ୍ରେ ପୋଷ୍ଟ କରିବାପରେ ଏଠାରେ ୭ ଜଣ ଝିଅ ଗତ ଦୁଇମାସ ହେଲା ରହି ଆସୁଥିଲେ। ସେମାନେ ଆଡଭାନ୍ସ ୨୦ ହଜାର ଟଙ୍କା ଏବଂ ମାସିକ ଜଣକା ୫,୫୦୦ଟଙ୍କା ଭଡ଼ା ଦେଇ ରହୁଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ଦୁଇଟି କ୍ୟାମେରା ଲାଇଟ୍ ବଲ୍ବରେ ଲାଗିଥିଲା, ଦୁଇଟି ହ୍ୟାଙ୍ଗର୍ରେ, ବେଡ୍ରୁମ୍ରେ ଦୁଇଟି ଏବଂ ବାଥ୍ରୁମ୍ରେ ଦୁଇଟି ହିଡିନ୍ କ୍ୟାମେରା ଲାଗିଥିଲା। ଘରର ମରାମତି ନାମରେ ସେ ଏହି କ୍ୟାମେରା ସବୁ ଲଗାଇବାକୁ ସୁଯୋଗ ପାଇଥିଲା ଏବଂ ଆବଶ୍ୟକତା ସ୍ଥଳେ ସଠିକ୍ ଦିଗରୁ ଭିଡିଓ ପାଇବା ପାଇଁ ମଝିରେ ମଝିରେ ଆଡ୍ଜଷ୍ଟ ମଧ୍ୟ କରୁଥିଲେ।
ତାକୁ ପ୍ରଥମେ ଆଇଟି ଆକ୍ଟ ଲଗାଇ ଗିରଫ କରାଯାଇଛି ଏବଂ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ସେ ଏଭଳି ରେକର୍ଡ କରିବାର ଉଦ୍ଦେଶ୍ୟ ଜାଣିବାପାଇଁ ପଚରାଉଚରା ଜାରିରହିଛି।
from Odisha Reporter https://ift.tt/2Ed0dN1
No comments:
Post a Comment