କୃଷିଋଣ ଛାଡ଼ କରି କଥା ରଖିଲା ରାଜସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

କୃଷିଋଣ ଛାଡ଼ କରି କଥା ରଖିଲା ରାଜସ୍ଥାନ

ଜୟପୁର: ନବନିର୍ବାଚିତ ୨ ରାଜ୍ୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ପରେ ରାଜସ୍ଥାନ ମଧ୍ୟ ସାଜିଛି ‘କୃଷି ଋଣ ଛାଡ଼’ ଟ୍ରେଣ୍ଡ୍‌ର ନୂତନ ନାମ। ସଦ୍ୟ ବିଧାନସଭା ନିର୍ବାଚନରେ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ ପ୍ରତିଶ୍ରୁତି ଭାବେ କୃଷିଋଣ ଛାଡ଼କୁ ପ୍ରସଙ୍ଗ କରିଥିଲା କଂଗ୍ରେସ। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷମତାକୁ ଆସିବାର କିଛି ଘଣ୍ଟା ମଧ୍ୟରେ କୃଷିଋଣ ଛାଡ଼ କରିଥିଲେ ମଧ୍ୟ ରାଜସ୍ଥାନ ଏପରି କରିନଥିଲା।

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯଥାକ୍ରମେ କମଲ୍‌ ନାଥ ଏବଂ ଭୂପେଶ ବାଘେଲଙ୍କ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୦ ଦିନର ସମୟ ମାଗିଥିଲେ। କିନ୍ତୁ ସପ୍ତାହେ ନପୂରୁଣୁ ଏ ବାବଦରେ ଘୋଷଣା କରିଛନ୍ତି।

ଏହି ଯୋଜନାରେ ୨ ଲକ୍ଷ ଯାଏ ଋଣ ଛାଡ଼ କରାଯିବ ଏବଂ ଏଥିପାଇଁ ରାଜ୍ୟ ରାଜକୋଷକୁ ୧୮ ହଜାର କୋଟି ଟଙ୍କାର ବୋଝ ପଡ଼ିବ।
ତେବେ କୃଷି ଋଣ ଛାଡ଼କୁ ନେଇ ବାହାବା ନେବାକୁ ପଛାଇ ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଏହାକୁ କାମ ବୋଲି ଦର୍ଶାଇବା ସହିତ କହିଛନ୍ତି, ଦେଖିଲେ ତ! ଆରମ୍ଭ ହୋଇଗଲା ନା କାମ?

ଅନ୍ୟପକ୍ଷରେ ଆସାମ ଏବଂ ଗୁଜରାଟରେ ଥିବା ବିଜେପି ସରକାର କୃଷି ଋଣ ଛାଡ଼ ପାଇ ଦେଖାଇଥିବା ତତ୍ପରତାକୁ ପରିହାସ କରି ସେ କହିଥିଲେ, “କଂଗ୍ରେସ ସରକାର ଆସାମ ଏବଂ ଗୁଜରାଟର ସରକାରଙ୍କୁ ନିଦରୁ ଉଠାଇବାରେ ସଫଳ ହୋଇଛନ୍ତି।”



from Odisha Reporter https://ift.tt/2CkIGA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages