ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ହଷ୍ଟେଲ୍ ରୁମ୍‌ର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ବୈରୀ ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ତଥା ମନ୍ତନ୍ତୁଦ ଘଟଣା ଘଟିଛି। ଏଠାକାର ଏକ ଛାତ୍ରୀ ନିବାସ ବା ଗାର୍ଲସ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି।

ଘଟଣାଟି ଘଟିଛି ଛତିଆରେ। ଏଠାକାର ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କ ଘର ମଙ୍ଗଳପୁର ଥାନା ଅନ୍ତର୍ଗତ ଇଛାପୁର ଗାଁରେ ବୋଲି ଜଣାପଡିଛି । ସେ ଟାଙ୍ଗିସ୍ଥିତ ଏକ ଘରୋଇ କଲେଜରେ ପାଠ ପଢୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଆଜି କଲେଜ ନଯାଇ ଏକୁଟିଆ ତାଙ୍କ ହଷ୍ଟେଲ୍ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ତାଙ୍କ ସହପାଠୀ ଫେରିବା ପରେ ଭିତରପଟୁ ରୁମ୍‌ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇଲେ ବି କେହି ଖୋଲି ନଥିଲେ।

ଫଳରେ ଏ ସଂପର୍କରେ ସେ ହଷ୍ଟେଲ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ୍‌ର ଅନ୍ତେବାସୀ ମଧ୍ୟ ସେତେବେଳକୁ ଉତ୍କଣ୍ଠିତ ଅବସ୍ଥାରେ ଥିଲେ। କର୍ତୃପକ୍ଷ କବାଟ ଭାଙ୍ଗିବା ପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଦେକି ହଷ୍ଟେଲ୍ କର୍ତୃପକ୍ଷ ପୋଲିସକୁ ଖବର ଦେବା ସହ ମୃତ ଛାତ୍ରୀର ପରିବାରକୁ ଜଣାଇଥିଲେ।

ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଛାତ୍ରୀ ଜଣକ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ଏକ ନିଷ୍ପତ୍ତି ନେଲେ, କିମ୍ବା ତାଙ୍କୁ ଏଥିପାଇଁ କିଏ ବାଧ୍ୟ କଲା ତାହା ଏବେବି ରହସ୍ୟରେ ରହିଛି।



from Odisha Reporter https://ift.tt/2Lop2pK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages