
ନୂଆଦିଲ୍ଲୀ: ସିବିଆଇର ନଂ ୧ ଆଲୋକ ବର୍ମା ଏବଂ ନଂ ୨ ରାକେଶ ଆସ୍ଥାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଆ ଆଇପିଏସ୍ ଅଫିସର ଏମ୍ ନାଗେଶ୍ୱର ରାଓଙ୍କୁ ମଧ୍ୟବର୍ତ୍ତୀ କାଳୀନ ମୁଖ୍ୟ କରିଥିଲେ। ହେଲେ ଏବେ ତାଙ୍କୁ ପଦୋନ୍ନତି ମିଳିଛି। ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହି ନିଯୁକ୍ତିକୁ କ୍ୟାବିନେଟ୍ର ନିଯୁକ୍ତି କମିଟି ଅନୁମୋଦନ କରିଛି।
୨୦୧୬ରେ ୧୯୮୬ ମସିହା ବ୍ୟାଚ୍ର ଏହି ଓଡ଼ିଆ ଆଇପିଏସ୍ଙ୍କୁ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିଲା।
ସିବିଆଇ ମହାକଳି ପରେ ତତ୍କାଳ ଭାବେ ନାଗେଶ୍ୱର ରାଓଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କମିଟି ସିବିଆଇର ମଧ୍ୟବର୍ତ୍ତୀ କାଳୀନ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ସେ ଦାୟିତ୍ୱ ନେବା କ୍ଷଣି ଏକାଧିକ ସିବିଆଇ ଅଧିକାରୀଙ୍କ ବଦଳି କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
from Odisha Reporter https://ift.tt/2GCuNSi
No comments:
Post a Comment