ଦୀପିକାଙ୍କ ରିସେପସନ୍‌ ପାର୍ଟିକୁ କାହିଁକି ଆସିଲେନି ପୂର୍ବତନ ପ୍ରେମିକ ? ଜବାବ ରଖିଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଦୀପିକାଙ୍କ ରିସେପସନ୍‌ ପାର୍ଟିକୁ କାହିଁକି ଆସିଲେନି ପୂର୍ବତନ ପ୍ରେମିକ ? ଜବାବ ରଖିଲେ ଦୀପିକା

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ବାହାଘର ପରେ ଡିସେମ୍ବର ୧ରେ ସେଲିବ୍ରିଟିମାନଙ୍କ ପାଇଁ ମୁମ୍ବାଇରେ ରିସେପସନ୍‌ ପାର୍ଟି ରଖିଥିଲେ। ଏଥିରେ ଆନେକ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ। କିନ୍ତୁ ସମସ୍ତଙ୍କ ନଜର ଯାହା ଉପରେ ଥିଲା ତାଙ୍କୁ ହିଁ ଦେଖିବାକୁ ମିଳି ନଥିଲା।

ଆମେ କହୁଛୁ ଦୀପିକାଙ୍କ ପୂର୍ବତନ ପ୍ରେମିକ ରଣବୀର କପୁରଙ୍କ କଥା। ପ୍ରାୟ ସମସ୍ତେ ସେହି କଥାକୁ ଅପେକ୍ଷା କରିଥିଲେ। ରଣବୀର ଆସିବେ ନା ନାହିଁ। କାହିଁକି ନା ବ୍ରେକ୍‌ଅପ୍‌ ପରେ ଦୁହେଁ ଖୁବ୍‌ ଭଲ ବନ୍ଧୁ ହୋଇଯାଇଛନ୍ତି। ସେଥିପାଇଁ ସମସ୍ତେ ଭାବୁଥିଲେ ବୋଧହୁଏ ସେ ଆସିବେ। କିନ୍ତୁ ସେ ନ ଆସିବାରୁ ଏହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ranveerଦୀପିକାଙ୍କୁ ଏହି ବିଷୟରେ ପଚରାଯିବାରୁ ସେ ଏହାର ଜବାବ ରଖିଛନ୍ତି। ଏକଥା ରଣବୀର Famously Filmfareକୁ ଦେଇଥିବା ସାକ୍ଷାତକାରରେ କହିଥିଲେ।

ସେ କହିଥିଲେ, ‘‘ଆମେ ଦୁହେଁ ଏ ପର୍ଯ୍ୟନ୍ତ କିଛି କଥା ହେଇନୁ। ମୋ କହିବାର ଅର୍ଥ ରିସେପସନ୍‌ ପୂର୍ବରୁ ଆମର କଥା ବାର୍ତ୍ତା ହୋଇଥିଲା। ପାର୍ଟି ପରେ କିନ୍ତୁ ଆମର କଥାବାର୍ତ୍ତା ହୋଇନି। କିନ୍ତୁ ରଣବୀର ନ ଆସିବାରେ ମୁଁ ଆଦୌ ସରପ୍ରାଇଜ୍‌ ହୋଇନି ବୋଲି ଦୀପିକା କହିଥିଲେ।’’

ସୂଚନାଯୋଗ୍ୟ ଯେ, ରଣବୀର-ଦୀପିକାଙ୍କ ରିସେପସନ୍‌ରେ ରଣବୀର କପୁରଙ୍କ ଗର୍ଲଫ୍ରେଣ୍ଡ୍‌ ଆଲିଆ ଭଟ୍ଟ ବି ସାମିଲ ହୋଇ ନ ଥିଲେ। କାହିଁକିନା ଦୀପିକାଙ୍କ ରିସେପ୍‌ସନ୍‌ ଦିନ ଦୁହେଁ ‘ବ୍ରହ୍ମାସ୍ତ୍ର’ ଶୁଟିଂରେ ବ୍ୟସ୍ତ ଥିଲେ।



from Odisha Reporter https://ift.tt/2R2UYWe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages