ଜେଲ୍‌ ଦାୟିତ୍ୱ ବୁଝୁଛନ୍ତି ସୁପରିଣ୍ଟେଣ୍ଡେଣ୍ଟଙ୍କ ସ୍ୱାମୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଜେଲ୍‌ ଦାୟିତ୍ୱ ବୁଝୁଛନ୍ତି ସୁପରିଣ୍ଟେଣ୍ଡେଣ୍ଟଙ୍କ ସ୍ୱାମୀ !

ନୀଳଗିରି (ବିଶ୍ୱମ୍ୱର ଦାସ): ଜେଲ୍‌ ଭିତରକୁ ବାହାର ଲୋକଙ୍କର ପ୍ରବେଶ ଉପରେ କଟଣା ରହିଛି। ଏହା ସତ୍ତ୍ୱେ ଜେଲ୍‌ ଭିତରେ ପ୍ରବେଶ କରୁଛନ୍ତି ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟଙ୍କ ସ୍ୱାମୀ। କଏଦୀ କ’ଣ ଖାଇବେ ସେହି ନିଷ୍ପତ୍ତି ନେଉଛନ୍ତି! ଜେଲ୍‌କୁ ଖାଦ୍ୟ ଯୋଗାଉଥିବା ସଂସ୍ଥାଠାରୁ ଲାଞ୍ଚ ମାଗୁଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ମମତା ବାଳା ପାତ୍ରଙ୍କ ସ୍ୱାମୀ ମାଧବାନନ୍ଦଙ୍କ ବିରୋଧରେ। ଏହାର ପ୍ରମାଣ ସାମ୍ନାକୁ ଆସିବା ପରେ କଏଦୀଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପୂର୍ବତନ ନୀଳଗିରି ବିଧାୟକ ପ୍ରତାପ ଷଡ଼ଙ୍ଗୀ।

ନୀଳଗିରି ଜେଲ୍‌ରେ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଗତ ଦୁଇ ବର୍ଷ ହେଲା ଅବସ୍ଥାପିତ ମମତାବାଳା ପାତ୍ର। ଏବେ ସେ ବିବାଦ ଭିତରେ ଛନ୍ଦି ହୋଇପଡ଼ିଛନ୍ତି। ଆଇନ୍‌କୁ ଜଳାଞ୍ଜଳି ଦେଇ ମମତା ତାଙ୍କ ସ୍ୱାମୀ ମାଧବାନନ୍ଦଙ୍କୁ ନିଜ ଅଫିସରେ କମ୍ପ୍ୟୁଟର ଅପରେଟର ଭାବେ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଏପରିକି କଏଦୀ କଣ ଖାଇବେ, କଣ କଣ ପରିବା ଆସିବ ଓ କେତେ ରନ୍ଧାଯିବ ସେ ନିଷ୍ପତ୍ତି ମାଧବାନନ୍ଦ ନିଅନ୍ତି ବୋଲି ଚର୍ଚ୍ଚା ହେଉଛି। ବେଳେ ବେଳେ ଜେଲ୍‌ରେ ଥିକା କଏଦୀଙ୍କୁ ଖାଦ୍ୟ ଯୋଗାଉଥିବା ସଂସ୍ଥାର ଅର୍ଥ ମଞ୍ଜୁର କରୁନଥିବା ଅଭିଯୋଗ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜେଲ୍‌କୁ ଦେଖା କରିବାକୁ ଆସିଥିବା କଏଦୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ହେଉଛି। ଏହି ଖବର ପ୍ରକାଶ ପାଇବା ପରେ ଜେଲ୍‌ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଯଦି ଜେଲ୍‌ ଭିତରେ ବାହାର ଲୋକେ ପ୍ରବେଶ କରିପାରୁଛନ୍ତି, ତାହାହେଲେ କଏଦୀ କେତେ ସୁରକ୍ଷିତ?

ସୁପରିଣ୍ଟେଣ୍ଡେଣ୍ଟ ମମତାବାଳା ପାତ୍ର କହିଛନ୍ତି-“ମୋ ସ୍ୱାମୀ ମୋ ଚ୍ୟାମ୍ୱରକୁ ଆସିନାହାନ୍ତି। କମ୍ପ୍ୟୁଟରରେ କୌଣସି ସମସ୍ୟା ଦେଖାଦେଲେ ମୋ ସ୍ୱାମୀ ହୁଅନ୍ତୁ ବା ଅନ୍ୟ କାହା ଦ୍ୱାରା ସଜାଡ଼ିଥାଏ।”



from Odisha Reporter https://ift.tt/2PgxlEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages