ଏଥର ନୈରାଶ୍ୟଜନକ ପ୍ରଦର୍ଶନରେ ପୂର୍ଣ୍ଣଚ୍ଛେଦ ଟାଣିବ ଟିମ୍‌ ଇଣ୍ଡିଆ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଏଥର ନୈରାଶ୍ୟଜନକ ପ୍ରଦର୍ଶନରେ ପୂର୍ଣ୍ଣଚ୍ଛେଦ ଟାଣିବ ଟିମ୍‌ ଇଣ୍ଡିଆ!

ଏଡିଲେଡ୍‌: ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ସିରିଜ୍‌ରେ ପୂର୍ବରୁ ଯେଉଁଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି , ଏଥର ତାହା ବଦଳାଇବାକୁ ନିଶ୍ଚିତ ଚେଷ୍ଟା କରିବ। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ୪ଟିକିଆ ଟେଷ୍ଟ୍‌ ସିରିଜ୍‌କୁ ଜିତି ଭାରତ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିବ। ୧୯୪୭ରୁ ଭାରତ ବାରମ୍ବାର ଅଷ୍ଟ୍ରେଲିଆ ଗସ୍ତ କରି ଟେଷ୍ଟ ସିରିଜ୍‌ ଖେଳିଥିଲେ ହେଁ ଆଜି ଯାଏ ଥରେ ହେଲେ ଜିତିପାରି ନାହିଁ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ମାଟିରେ ଭାରତ ୧୨ଟି ଟେଷ୍ଟ ସିରିଜ୍‌ ଖେଳିଥିବା ବେଳେ ୯ଟିରେ ପରାସ୍ତ ହୋଇଛି ଏବଂ ୩ଟି ସିରିଜ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। କିନ୍ତୁ କେବେ ହେଲେ ବିଜୟର ସ୍ୱାଦ ଚାଖି ପାରିନାହିଁ।

ସେହିପରି ଦଳ ଅଷ୍ଟ୍ରେଲିଆରେ ୪୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୫ଟିରେ ଜିତିଛି। ୧୧ଟି ମ୍ୟାଚ୍‌ ଡ୍ର ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨୮ଟି ମ୍ୟାଚ୍‌ ଜିତି ନିଜର ଦବଦବା ପ୍ରଦର୍ଶନ କରିଆସିଛି।

ଅଷ୍ଟ୍ରେଲିଆ ଭାରତ ମଧ୍ୟରେ ପ୍ରଥମେ ୧୯୪୭-୪୮ରେ ଟେଷ୍ଟ ସିରିଜ୍‌ ଖେଳାଯାଇଥିଲା। ଯେଉଁଥିରେ ସାର୍‌ ଡୋନାଲ୍ଡ ବ୍ରାଡ୍‌ମ୍ୟାନ୍‌ଙ୍କ ଅଷ୍ଟ୍ରେଲିଆ ୪-୦ରେ ଭାରତକୁ ପରାସ୍ତ କରିଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଅଷ୍ଟ୍ରେଲିଆ ବାରମ୍ବାର ନିଜର ଆଧିପତ୍ୟ ବି ସ୍ତାର କରି ଲଗାତର ୩ଟି ସିରିଜ୍‌ରେ ଭାରତକୁ ହରାଇ ଦେଇଥିଲା।

କିନ୍ତୁ ୧୯୬୪-୬୫ରେ ମନସୁର ଅଲୀ ଖାନ୍‌ ପତୌଦିଙ୍କ ଟିମ୍‌ ଇଣ୍ଡିଆ ପ୍ରଥମଥର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ୧୯୬୭ରୁ ୧୯୭୮ ମଧ୍ୟରେ ଅଷ୍ଟ୍ରେଲିଆ ପୁଣିଥରେ କ୍ରମାଗତ ୩ଟି ଟେଷ୍ଟ ସିରିଜ୍‌ ଜିତିଥିଲା।

ଅନ୍ୟପକ୍ଷରେ ୧୯୭୯-୮୦ରେ ଭାରତ ପ୍ରଥମଥର ପାଇଁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ଜିତିଥିଲା। ଏହି ସମୟରେ ଭାରତର ଅଧିନାୟକ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ରହିଥିଲେ। ଏହି ସିରିଜ୍‌ରେ ୬ଟି ମ୍ୟାଚ୍‌ ଖେଳା ଯାଇଥିଲା। ଯେଉଁଥିରେ ଭାରତ୨-୦ରେ ସିରିଜ୍‌ କବଜା କରିଥିଲା।

ଏବେ ନୂଆ ରୂପରେ ରହିଥିବା ଅଷ୍ଟ୍ରେଲିଆ ଟିମ୍‌ ବିପକ୍ଷରେ ସିରିଜ୍‌ ଜିତିବାର ସୁଯୋଗ ଟିମ୍‌ ଇଣ୍ଡିଆ ପାଖରେ ରହିଛି। ସେହିପରି ବିରାଟ୍‌ କୋହଲି ଯଦି ଏଥର ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍‌ ଜିତିପାରିବେ, ତା’ହେଲେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ସେ ଅଷ୍ଟ୍ରେଲିଆ ମାଟିରେ ସିରିଜ ଜିତିବାର ରେକର୍ଡ କରିବେ।

୨୦୧୪ରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୪ଟିକିଆ ଟେଷ୍ଟ ସିରିଜ୍‌ ଖେଳିଥିଲା। ଭ୍ରମଣକାରୀ ଦଳ କିନ୍ତୁ ୦:୨ରେ ସିରିଜ୍‌ ହାରିଥିଲା। ଅବଶ୍ୟ ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ଦଳ ଶେଷ ଦୁଇଟି ଟେଷ୍ଟ୍ ମ୍ୟାଚ୍‌କୁ ଡ୍ର ରଖିପାରି ଥିଲା।

ଏଥର କିନ୍ତୁ ବର୍ଡର-ଗାଭାସ୍କର ଟେଷ୍ଟ ଟ୍ରଫି ଜିତି ଭାରତ ନିଶ୍ଚିତ ଇତିହାସ ବଦଳାଇବ ବୋଲି କ୍ରିକେଟ୍‌ ପ୍ରେମୀ ଆଶା କରିଛନ୍ତି।



from Odisha Reporter https://ift.tt/2zDhNFI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages