ମହାନଦୀ ବିବାଦ ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରାଜି: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ମହାନଦୀ ବିବାଦ ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରାଜି: ନିରଞ୍ଜନ

niranjan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସହମତି ଜଣାଇଛନ୍ତି। ଖୁବଶୀଘ୍ର କଂଗ୍ରେସର ଏକ ଟିମ୍ ଛତିଶଗଡ଼ ଯାଇ ଏହି ପ୍ରସଙ୍ଗରେ ଆଲୋଚନା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କହିଛନ୍ତି।

ଛତିଶଗଡ଼ର ନବନିର୍ବାଚିତ ବାଘେଲ ସରକାରର ଶପଥ ଗ୍ରହଣ ସମାରୋହରେ ଭାଗ ନେଇ ଫେରିବା ପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।ଏହି ବିବାଦର ସମାଧାନ ସପକ୍ଷରେ ଛତିଶଗଡ଼ର ନୂଆ ସରକାର ସକାରାତ୍ମକ ରହିଛନ୍ତି। ମହାନଦୀକୁ ନେଇ ବିଜେପି ଓ ବିଜେଡି ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। କଂଗ୍ରେସର ଗୋଟିଏ ଟିମ୍ ଖୁବଶୀଘ୍ର ଛତିଶଗଡ଼ ଯାଇ ସେଠାର ସରକାରଙ୍କ ସହ ଆଲୋଚନା କରିବ। ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ତାଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ମହାନଦୀ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭରସା ଦେଇଛନ୍ତି। ଏପରିକି କଂଗ୍ରେସ ଯାହା କହେ ତାହା କରେ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।
ସେହିପରି କୃଷିଋଣ ଛାଡ଼ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ନିଜର ପୁରୁଣାକଥାକୁ ଦୋହରାଇଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ନିଶ୍ଚିତ ଭାବେ ଋଣ ଛାଡ଼ କରିବ। ଚାଷ କାର୍ଯ୍ୟର ବିକାଶ ଲାଗି ଆର୍ଥିକ ସହାୟତା ଦେବ। ଦଳ ଯେଉଁଦିନ ସରକାରକୁ ଆସିବ, ସେହିଦିନ ହିଁ ଋଣଛାଡ଼ କରିବ ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2EBNAez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages