କାନପୁରରେ ଜନ୍ମ କିନ୍ତୁ କହିଲେ ୟୁପି ଲୋକଙ୍କ ପାଇଁ ମିଳୁନି ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

କାନପୁରରେ ଜନ୍ମ କିନ୍ତୁ କହିଲେ ୟୁପି ଲୋକଙ୍କ ପାଇଁ ମିଳୁନି ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ କମଲ ନାଥ ଦାୟିତ୍ୱ ନେଉ ନେଉ ଏକ ମନ୍ତବ୍ୟ ଯୋଗୁ ବିବାଦ ଘେରକୁ ଆସିଛନ୍ତି। ସୋମବାର ସେ କହିଥିଲେ, ଯେଉଁ କମ୍ପାନୀ ଏହାର ୭୦ ପ୍ରତିଶତ ପଦ ପଦବୀରେ ମଧ୍ୟପ୍ରଦେଶ ଲୋକଙ୍କୁ ନିଯୁକ୍ତି ଦେବ ସେମାନଙ୍କ ନିବେଶ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ ଯୋଜନା ପ୍ରସ୍ତୁତ ହେବ।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି ମଧ୍ୟ କହିଥିଲେ, “ବିହାର ଏବଂ ଉତ୍ତରପ୍ରଦେଶରୁ ଏଠାକୁ ଲୋକେ ଚାଲିଆସୁଛନ୍ତି। ତେଣୁ ସ୍ଥାନୀୟ ଲୋକେ ନିଯୁକ୍ତି ପାଉନାହାନ୍ତି।”

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶରୁ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ସେ ଏହି ବାବଦରେ କମଲଙ୍କ ସହିତ କଥା ହେବେ।

କିନ୍ତୁ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ କହିଛନ୍ତି, “କମଲ ନାଥ କହୁଛନ୍ତି ଉତ୍ତରପ୍ରଦେଶ ଲୋକେ ମଧ୍ୟପ୍ରଦେଶ ଲୋକଙ୍କ ଚାକିରି ନେଇଯାଉଛନ୍ତି, ତାମାନେ ସେ ନିଜେ କ’ଣ କାନ୍‌ପୁର୍‌ରୁ ନୁହନ୍ତି? ” ଆଉ ଜଣେ ଲେଖିଛନ୍ତି, କମଲ ନାଥ ଉତ୍ତରପ୍ରଦେଶର କାନ୍‌ପୁରରେ ଜନ୍ମିତ। ବିଚରା ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟଙ୍କ ଚାକିରି ନେଇଗଲେ।

ଅନ୍ୟ ପକ୍ଷରେ କିଛି ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ଏପରି କରିବାରେ ମଧ୍ୟପ୍ରଦେଶ ପ୍ରଥମ ନୁହେଁ, ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ଏପରି କମ୍ପାନୀଙ୍କୁ ଅଗ୍ରାଧିକାର ଦେଇଛନ୍ତି।



from Odisha Reporter https://ift.tt/2Erp0w2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages