
ମୁମ୍ୱାଇ(ଓଡ଼ିଶା ରିପୋର୍ଟର): କମେଡ଼ି ଦୁନିଆରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା କମେଡ଼ିଆନ୍ ହେଉଛନ୍ତି ରାଜୁ ଶ୍ରୀବାସ୍ତବ। ଲମ୍ୱା ସମୟ ଧରି ନିଜ ମଜାଦାର କଥା ପାଇଁ ଟିଭି ଦୁନିଆରେ ରାଜୁ ସମସ୍ତଙ୍କ ଲୋକପ୍ରିୟ ହୋଇପାରିଛନ୍ତି। ଜଣେ ହିନ୍ଦୀ କମେଡ଼ିଆନ୍ ଭାବରେ ତାଙ୍କର ନାମ ସାରା ଭାରତରେ ବିସ୍ତାର ଲାଭ କରିଛି।
ଆଜି ହେଉଛି ରାଜୁ ଶ୍ରୀବାସ୍ତବଙ୍କର ଜନ୍ମଦିନ। ସେ ୧୯୬୩ ମସିହା ୨୫ ଡିସେମ୍ୱରରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କର ନାମ ସତ୍ୟ ପ୍ରକାଶ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ସାରା ଦୁନିଆ ତାଙ୍କୁ ଗଜୋଧର ଭାଇ ବା ରାଜୁ ଶ୍ରୀବାସ୍ତବ ନାମରେ ଜାଣିଛି। ରାଜୁ ଶ୍ରୀବାସ୍ତବଙ୍କର ବାପା ରମେଶ ଚନ୍ଦ୍ର ଜଣେ କବି ଥିଲେ। ଜଣେ ହାସ୍ୟ କଳାକାର ହେବା ପାଇଁ ରାଜୁଙ୍କର ପିଲାବେଳୁ ଇଚ୍ଛା ଥିଲା।
ସ୍କୁଲରେ ସେ ଶିକ୍ଷକଙ୍କର ନକଲ କରି ତାଙ୍କ ସାଙ୍ଗମାନଙ୍କୁ ହସାଉଥିଲେ। ରାଜୁ ଅନେକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି। ୧୯୮୮ରେ ଆସିଥିବା ଫିଲ୍ମ ‘ତେଜାବ୍’ରେ ସେ ପ୍ରଥମଥର ପାଇଁ ଅଭିନୟ କରିଥିଲେ।
ରାଜୁ ଟେଲିଭିଜନ ଦୁନିଆରେ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚ୍ୟାଲେଞ୍ଜ୍’ ଶୋ’ରେ ଭାଗନେଇ ଲୋକମାନଙ୍କୁ ହସାଇଥିଲେ। ପରେ ଏହି ଶୋ’ରେ ସେ ରନର୍ସଅପ୍ ହୋଇଥିଲେ। ସେଥିରେ ତାଙ୍କୁ ‘କିଙ୍ଗ୍ ଅଫ୍ କମେଡ଼ି’ର ଟାଇଟେଲ୍ ଦିଆଯାଇଥିଲା।
କେବଳ ଏତିକି ନୁହେଁ, ରାଜୁ ବିଗ୍ବସ୍-୩ରେ ଭାଗ ମଧ୍ୟ ନେଇ ସାରିଛନ୍ତି। ତାଙ୍କର ରାଜନୈତିକ ଜୀବନ ୨୦୧୪ରୁ ଆରମ୍ଭ ହୋଇଥିଲା।
୨୦୧୪ରେ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ସମାଜବାଦୀ ପାର୍ଟିର ଟିକେଟ ମିଳିଥିଲା। କିନ୍ତୁ ୨୦୧୪, ୧୧ ମାର୍ଚ୍ଚରେ ସେ ସମାଜବାଦୀ ପାର୍ଟିର ଟିକେଟ ଫେରାଇ ଦେଇଥିଲେ। ପରେ ସେ ବିଜେପିରେ ସାମିଲ୍ ହୋଇଥିଲେ।
from Odisha Reporter http://bit.ly/2EOEhrE
No comments:
Post a Comment