
ଲକ୍ଷ୍ନୌ:ଭିନ୍ନକ୍ଷମଙ୍କୁ ପିଟିଲେ ବିଜେପି ନେତା। ଉତ୍ତରପ୍ରଦେଶର ଏହି ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନକୁ ସମାଲୋଚନା କରିଥିବାରୁ ଜଣେ ବିଜେପି ନେତା ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଯେଉଁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସମ୍ଭଲର ମହମମ୍ମଦ ମିୟା ନାମକ ଜଣେ ବିଜେପି ନେତା ସମ୍ପୃକ୍ତ ଭିନ୍ନକ୍ଷମଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଭିନ୍ନକ୍ଷମ ଜଣକ ବିଜେପି ବିରୋଧରେ ସମାଲୋଚନା କରିବା ସହ ଅଖିଲେସ୍ ସରକାରଙ୍କୁ ଭୋଟ୍ ଦେବେ ବୋଲି ପାଟି କରି କହୁଥିଲେ। ‘ଭୋଟ୍ ଦେଙ୍ଗା ଅଖିଲେସକୋ’। ଭିନ୍ନକ୍ଷମ ଜଣକ ଏମିତି ନାରା ଦେଇ କହୁଥିବା ବେଳେ ବିଜେପି ନେତା ମହମମ୍ମଦ ମିୟାଙ୍କ ହାବୁଡ଼ରେ ପଡ଼ିଥିଲେ। ତେବେ ତାଙ୍କ କଥା ଶୁଣି ବିଜେପି ନେତା ମହମମ୍ମଦ ମିୟା ଫିଡ଼ିକି ଯାଇ ତାଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରିଥିଲେ। କହିଥିଲେ ଗେଟ୍ ଆଉଟ୍।
ବିଜେପି ନେତା ଜଣକର କହିବା ଅନୁଯାୟୀ, ଯୁବକ ଜଣକ ମଦ୍ୟପାନ କରି ବିଜେପି ବିରୋଧରେ ମନ ଇଚ୍ଛା ବର୍ଷୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଉଥିଲେ। ତେବେ ସେ ତାଙ୍କୁ ମାରିନାହାନ୍ତି ବରଂ ଏମିତି ମନ୍ତବ୍ୟରୁ ନିବୃତ ରହିବା ପାଇଁ କହିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
from Odisha Reporter http://bit.ly/2AemhTS
No comments:
Post a Comment