ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ: ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ: ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ

pujara

ମେଲବର୍ଣ୍ଣ: ବକ୍ସିଂ ଡେ’ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍ ମ୍ୟାଚ୍। ପ୍ରଥମ ଦିନରେ ଭାରତ ୨ ୱିକେଟ୍ ହରାଇ ୨୧୫ ରନ୍ କରିଛି। ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି କ୍ରିଜ୍‌ରେ ଅଛନ୍ତି। ଆସନ୍ତାକାଲି ଏ ଦୁଇ ବ୍ୟାଟ୍ସମ୍ୟାନ୍ ପୁଣି ଦଳର ପ୍ରଥମ ଇନିଂସକୁ ଆଗେଇ ନେବେ।

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଜି ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଖରାଫ ଫର୍ମ ହେତୁ ମୁରଲୀ ବିଜୟ ଓ କେ.ଏଲ୍ ରାହୁଲଙ୍କ ଟିମ୍‌ରୁ ବାଦ୍ ଦିଆଯାଇଥିବା ବେଳେ ଆଜି ଦୁଇ ନବାଗତ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ୍ ଇନିଂସ୍ ଆରମ୍ଭ କରିଥିଲେ। ମୟଙ୍କ ଆଜି ଟେଷ୍ଟ୍ ଡେବ୍ୟୁ କରିଥିଲେ। ହନୁମା ୧୮ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଓ ୬୬ ବଲ୍‌ର ସମ୍ମୁଖୀନ ହୋଇଥିଲେ। ତେବେ ସେ ରନ୍ କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୮ ରନ୍ କରି ପ୍ୟାଟ୍ କମିନ୍‌ସଙ୍କ ବଲ୍‌ରେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଡେବ୍ୟୁ ମ୍ୟାଚ୍‌ରେ ଭଲ ଖେଳିଥିଲେ ମୟଙ୍କ। ସେ ୧୬୬ ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୭୬ ରନ୍ କରିଥିଲେ। ସେ ବି ପ୍ୟାଟ୍ କମିନ୍‌ସଙ୍କ ଶିକାର ହୋଇଥିଲେ। ପ୍ୟାଟ୍ ପକାଇଥିବା ଏକ ବାଉନ୍‌ସର ବଲ୍‌ରେ ସେ ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆରେ ଟେଷ୍ଟ୍ ଡେବ୍ୟୁ କରିଥିବା ଭାରତୀୟଙ୍କ ମଧ୍ୟରେ ମୟଙ୍କ ସବୁଠୁ ଅଧିକ ରନ୍ କରିଛନ୍ତି। ତାଙ୍କର ୭୬ ରନ୍ ୭୧ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୪୭ରେ ଦତ୍ତୁ ଫଡ଼କର ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରି ୫୧ ରନ୍ ମାରିଥିଲେ। ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ରନ୍ ହୋଇ ରହିଥିଲା।

ତିନି ନମ୍ବରରେ ଖେଳିବାକୁ ଆସିଥିବା ‘ଟେଷ୍ଟ୍ ବିଶେଷଜ୍ଞ’ ଚେତେଶ୍ୱର ପୂଜାରା ୨୦୦ ବଲ୍‌ରୁ ୬୮ ରନ୍ କରି ଅପରାଜିତ ଅଛନ୍ତି। ସେ ୬ଟି ଚୌକା ମାରିଛନ୍ତି।

ସେହିପରି ଅଧିନାୟକ ବିରାଟ କୋହଲି ୧୦୭ ବଲ୍‌ରୁ ୬ ଚୌକା ସହାୟତାରେ ୪୭ ରନ୍ କରି ଅପରାଜିତ ରହିଛନ୍ତି।

ଅଷ୍ଟ୍ରେଲିଆ ଆଜି ୫ ବୋଲରଙ୍କୁ ଲଗାଇଥିଲେ ବି କେବଳ ପ୍ୟାଟ୍ କମିନ୍‌ସଙ୍କୁ ସଫଳତା ମିଳିଥିଲା। ସେ ଦୁଇଟି ଯାକ ୱିକେଟ୍ ନେଇଥିଲେ। ସେ ୧୯ ଓଭରରେ ୪୦ ରନ୍ ଦେଇ ଏହି ଦୁଇ ୱିକେଟ୍ ନେଇଥିଲେ।

ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁହାଉଥିବା ଏହି ପିଚ୍‌ରେ ଉଭୟ ଦଳ ଜିତି ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଅଗ୍ରଣୀ ରହିବାକୁ ଚେଷ୍ଟା କରିବେ। କାରଣ ଏବେ ଉଭୟ ବରାବର ସ୍ଥିତିରେ ରହିଛନ୍ତି। ଭାରତ ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ଜିତିଥିବା ବେଳେ ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଘରୋଇ ଦଳ ଜିତିଥିଲା।



from Odisha Reporter http://bit.ly/2Te9Iir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages