
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସଂଜୟ ବେହେରା ଓରଫ ପାରା। ତାଙ୍କ ବାମ ପଟ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ଆଜି ସକାଳେ ପାରା ଗୁଣ୍ଡିଚା ମନ୍ଦିର ନିକଟକୁ ଆସୁଥିବା ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଦୁଇରୁ ତିନି ଜଣ ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।
ତେବେ ପାରା ନାଁରେ ଏକାଧିକ ମାମଲା ଥିବା ଜଣାପଡ଼ିଛି। ବୋମାମାଡ଼ ଓ ଗୁଳିକାଣ୍ଡ ଭଳି ଅନେକଗୁଡ଼ିଏ ଅପରାଧରେ ପାରା ସଂପୃକ୍ତ ଥିବା ପୁଲିସ୍ କହିଛି।
ଗୁଣ୍ଡିଚା ମନ୍ଦିର ଆଗରେ ଥିବା ପାର୍କିଂ ପ୍ଲେସ ବିବାଦ ସହ ଏହି ଗୁଳିକାଣ୍ଡର ସଂପର୍କ ରହିଛି ବୋଲି କୁହାଯାଇଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଛି।
from Odisha Reporter http://bit.ly/2SkyEEL
No comments:
Post a Comment