ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିବାଦରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିବାଦରେ

hd-kumarawamy

ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ। ଭିଡିଓରେ ସେ ଦଳର ଜଣେ ନେତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆକ୍ରମଣକାରୀକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି।

ଜଣେ ପୁଲିସ୍‌ ଅଧିକାରୀଙ୍କୁ କୁମାରସ୍ୱାମୀ ଏହି ନିର୍ଦ୍ଦେଶ ଦେଉଥିବାର ଭିଡିଓ ସାର୍ବଜନୀନ ହେବା ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଏନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ, କୁମାରସ୍ୱାମୀ ବିଜୟପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଗୁଇନ୍ଦା ବିଭାଗ ପକ୍ଷରୁ ଜେଡିୟୁର ଜଣେ ନେତାଙ୍କୁ ହତ୍ୟା କରାଯାଇଥିବା ତାଙ୍କୁ ସୂଚନା ଦେଇଥିଲେ। ଏହା ଜାଣିବା ପରେ କୁମାରସ୍ୱାମୀ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଫୋନ୍‌ କରି ଆକ୍ରମଣକାରୀଙ୍କୁ ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କୁମାରସ୍ୱାମୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ନେତା ଶୋଭା କରାନ୍ଦଲାଜେ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ଦେବା  ଅରାଜକତାକୁ ପ୍ରମାଣିତ କରୁଛି।”

ଘଟଣା ବିବାଦୀୟ ହେଉଥିବାରୁ କୁମାରସ୍ୱାମୀ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଭାବେ କାହାକୁ ମାରିବାକୁ ନିର୍ଦ୍ଦେଶ ଦେଇନାହିଁ। ମୃତକ ନେତା ଜଣଙ୍କ ଜଣେ ଭଲ ମଣିଷ ଥିଲେ। ତାଙ୍କୁ ଗୁଳି କରି ମାରିଦିଆଯାଇଥିବା ଶୁଣିବା ପରେ ମୁଁ ବହୁତ ରାଗି ଯାଇଥିଲି। ରାଗରେ ଏଭଳି କହି ଦେଇଥିଲି।”



from Odisha Reporter http://bit.ly/2Q1IY2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages