
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇ କୋର୍ ଗ୍ରୁପ୍ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସାମ୍ବାଦିକ ସୁମନ ଚଟୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି। ଦୁର୍ନୀତିରେ ସଂପୃକ୍ତି ନେଇ ୨୦୧୪ରେ ଆଇ କୋର୍ ଗ୍ରୁପ ବିରୋଧରେ ମାମଲା ରୁଜୁ ହୋଇଥିଲା।
ସୁଧ ହାର ଦେବାର ଲୋଭ ଦେଖାଇ ସଂସ୍ଥା ଲୋକଙ୍କ ପାଖରୁ ତିନି ହଜାର କୋଟି ଟଙ୍କା ଜମା ଗ୍ରହଣ କରିଥିଲା। ଏଥିରୁ କିଛି ଟଙ୍କା ଚଟ୍ଟୋପାଧ୍ୟାୟଙ୍କ କମ୍ପାନୀ ‘ଦିଶା ପ୍ରଡକ୍ସନ୍ ଆଣ୍ଡ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ’କୁ ଟ୍ରାନ୍ସଫର ହୋଇଥିଲା।
ଚିଟ୍ଫଣ୍ଡ୍ ଦୁର୍ନୀତିର ତଦନ୍ତ ବେଳେ ସୁମନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ଆଧାରରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ଭୁବନେଶ୍ୱରର ସିଜେଏମ୍ କୋର୍ଟରେ ହାଜର କରାଯିବ।
ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗତବର୍ଷ ସୁମନଙ୍କ ସ୍ତ୍ରୀ କସ୍ତୁରୀଙ୍କୁ ଜେରା କରାଯାଇଥିଲା।
from Odisha Reporter http://bit.ly/2SXkxFo
No comments:
Post a Comment