ଖର୍ଚ୍ଚ ଆକଳନ ପରେ ଆନନ୍ଦ ବଜାରରେ ଲାଗିବ ରେଟ୍‌ଚାର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଖର୍ଚ୍ଚ ଆକଳନ ପରେ ଆନନ୍ଦ ବଜାରରେ ଲାଗିବ ରେଟ୍‌ଚାର୍ଟ

ପୁରୀ (ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢ଼ାର ଉଚିତ ମୂଲ୍ୟ ଦେବେ ଭକ୍ତ। ମହାପ୍ରସାଦ କିଣିବା ବେଳେ ଆଉ ମନଇଚ୍ଛା ମୂଲ୍ୟ ନେଇପାରିବେ ନାହିଁ। ରେଟ୍‌ ଚାଟ୍ ଅନୁସାରେ ମୂଲ୍ୟ ପୈଠ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଆନନ୍ଦବଜାରରେ ଏହି ବହୁ ପ୍ରତିକ୍ଷୀତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା।

ଅବଢ଼ାର ପ୍ରକୃତ ଦର ନିର୍ଦ୍ଧାରଣ ଲାଗି ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଅବଢ଼ା। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ସୁଆର ଓ ମହାସୁଆର ନିଯୋଗ ସହଯୋଗରେ ରନ୍ଧା ଯାଇଛି ବିଭିନ୍ନ ବ୍ୟଞ୍ଜନ।

ଅନ୍ନ, ଘିଅ ଅନ୍ନ, ଛେଚୁଡ଼ି, କାନିକା, ଡାଲି, ଡାଲମା, ବେସର ଓ ସାଗ ଭଳି ଦୈନନ୍ଦିନ ଚାହିଦା ରହିଥିବା ବ୍ୟଞ୍ଜନ ପ୍ରସ୍ତୁତ ପରେ ଏହାକୁ ବିଭିନ୍ନ ଆକୃତିର କୁଡୁଆ ଓ ଓଳିରେ ଭର୍ତ୍ତି କରାଯାଇଥିଲା। ପରେ ସୁଆର ଓ ମହାସୁଆର ନିଯୋଗ ସହ ବୈଠକ ବସି ଦର ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର।

ଅବଢ଼ା ଦର ନିର୍ଦ୍ଧାରଣ ଲାଗି ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଉଳ, ଡାଲି, ପରିବା ଓ ଅନ୍ୟ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏସବୁ ଦର ସାଙ୍ଗକୁ ଅବଢ଼ା ପ୍ରସ୍ତୁତି ଲାଗି ଆବଶ୍ୟକ ଶ୍ରମ, କାଠ, ଜାଳେଣି, ସୁଆର ମହାସୁଆରଙ୍କ ଲାଭ ଓ ପାଳିଆ-ପୋଛିଆଙ୍କ ପାଉଣା ଆଦିକୁ ବିଚାରକୁ ନିଆଯାଇ ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯିବ। ଦର ନିର୍ଦ୍ଧାରଣ ବେଳେ ଭକ୍ତଙ୍କ ସ୍ୱାର୍ଥକୁ ମଧ୍ୟ ଦୃଷ୍ଟିରେ ରଖାଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଦର ଚୂଡ଼ାନ୍ତ ହେବା ପରେ ସମସ୍ତ ବ୍ୟଞ୍ଜନର ରେଟ୍ ଚାଟ୍ ଆନନ୍ଦବଜାରରେ ଲଗାଯିବ।

ସେପଟେ ଶ୍ରୀଜିଉଙ୍କ ପ୍ରସ୍ତାବିତ ଟିକେଟ ଦର୍ଶନର ରୂପରେଖ କିଭଳି ରହିବ ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ବିଭିନ୍ନ ନିଯୋଗର ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଲୋଚନା କରାଯାଇଛି।



from Odisha Reporter https://ift.tt/2PfPXoc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages