ହକି ବିଶ୍ୱକପ୍‌: ଇଂଲଣ୍ଡକୁ ୩-୦ରେ ହରାଇଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ହକି ବିଶ୍ୱକପ୍‌: ଇଂଲଣ୍ଡକୁ ୩-୦ରେ ହରାଇଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଆଉ ପାଦେ ଆଗେଇଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଏବେ କ୍ରସ୍‌ ଓଭର୍‌ ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଆଜିର ମ୍ୟାଚ୍‌ ଆରମ୍ଭରୁ ଦୁଇ ଦେଶ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଦେଶ ପରସ୍ପରର ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ ହେଁ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। ଫଳରେ ପ୍ରଥମ ୩ଟି ଯାକ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।

ତେବେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୪ର୍ଥ କ୍ୱାର୍ଟରରେ ନିଜର ରଣନୀତି ବଦଳାଇଥିଲା। ଦଳକୁ ମ୍ୟାଚ୍‌ର ୪୭ତମ ମିନିଟ୍‌ରେ ସଫଳତା ମିଳିଥିଲା। ଦଳ ପକ୍ଷରୁ ଜେକ ହୁଇଟନ୍‌ ଗୋଲ୍‌ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାର ୩ ମିନିଟ୍‌ ପରେ ଷ୍ଟାର ଖେଳାଳି ବ୍ଲେକ ଗ୍ଲୋଭର୍ସ ଆଉ ଏକ ଗୋଲ କରିଥିଲେ। ଇଂଲଣ୍ଡ ୨-୦ରେ ପଛୁଆ ଥିବାରୁ କମ୍‌ବ୍ୟାକ୍‌ ଲକ୍ଷ୍ୟ ରଖିଥିଲା। ହେଲେ ୫୬ତମ ମିନିଟ୍‌ରେ କୋର ୱେୟର ଗୋଲ ସ୍କୋର କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଶୁକ୍ରବାର ଅଷ୍ଟ୍ରେଲିଆ ଚୀନ୍‌କୁ ଏବଂ ଇଂଲଣ୍ଡ ପ୍ରତିପକ୍ଷ ଆୟର୍ଲ୍ୟାଣ୍ଡକୁ ଭେଟିବ।

ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ୨-୧ରେ ହରାଇଥିବା ବେଳେ ଚୀନ୍‌ ସହ ୨-୨ରେ ଇଂଲଣ୍ଡ ମ୍ୟାଚ୍‌ ଡ୍ର ରଖିଥିଲା। ତେଣୁ ଇଂଲଣ୍ଡ ପାଇଁ ଏବେ ଅଡ଼ୁଆ ବଢ଼ିଛି।



from Odisha Reporter https://ift.tt/2zFP2sg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages