ମାତିଲେ ସିନ୍ଧିଆଙ୍କ ସମର୍ଥକ: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପଦାକୁ ଆସିଲା କନ୍ଦଳ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ମାତିଲେ ସିନ୍ଧିଆଙ୍କ ସମର୍ଥକ: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପଦାକୁ ଆସିଲା କନ୍ଦଳ, ଭିଡିଓ ଭାଇରାଲ

ଭୋପାଳ:ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କମଲ୍‌ନାଥଙ୍କୁ ମୁଖ୍ୟମନ୍ତ୍ରୀଭାବେ ଘୋଷଣା କରାଯାଇଛି। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ପରେଡ ଗ୍ରାଉଣ୍ଡରେ ଦିନ ଦେଢଟାରେ ଶପଥ ନେବେ। ହେଲେ ତା’ପୂର୍ବରୁ ପଦକୁ ଦଳୀୟ କନ୍ଦଳ ପଦାକୁ ଆସିଛି। ସିଏମ ପଦକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଦାବିଦାର ଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କୁ ଉପରେ ଉପରେ ମନାଇଦେଇଥିଲେ ମଧ୍ୟ ସେଥିରେ ତାଙ୍କ ମନ ବୁଝିନାହିଁ।

ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସିନ୍ଧିଆଙ୍କ କିଛି ସମର୍ଥକ ସିନ୍ଧିଆଙ୍କୁ ଘେରି ରହିଛନ୍ତି। ଆଉ ସେମାନେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରାଯାଉ ବୋଲି ଦାବି କରୁଛନ୍ତି। ସେହି ସମର୍ଥକଙ୍କ ମଧ୍ୟରେ ଚମ୍ବଲ ଏବଂ ଗ୍ୱାଲିଅରର ୧୨ ଜଣ କଂଗ୍ରେସ ବିଧାୟକ ଥିବା ଜଣାପଡ଼ିଛି। ସିନ୍ଧିଆଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ଯଦି ରାଜସ୍ଥାନରେ ସଚିନ୍ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରୁଛି ତେବେ ସେହି ଫର୍ମୁଲା ମଧ୍ୟପ୍ରଦେଶରେ କାହିଁକି ପ୍ରୟୋଗ କରାଯାଇପାରିବ ନାହିଁ ? ତେବେ ଜ୍ୟୋତିରାଦିତ୍ୟ ସିନ୍ଧଆ ତାଙ୍କ ସମର୍ଥକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଯାଇ ନଥିଲା। କାରଣ ଏହି ପଦକୁ ନେଇ ଗୋଷ୍ଟୀ କନ୍ଦଳ ବଢ଼ିବାର ଆଶଙ୍କା ଥିଲା। ଯଦିଓ ନିର୍ବାଚନ ସମୟରେ ସଙ୍କଟକୁ ଟାଳିବାରେ ଦଳ ସମର୍ଥନ ହୋଇଥିଲା ଏବେ ନିର୍ବାଚନ ସରିବା ପରେ ପୁଣି ସେହି ସମସ୍ୟା ଅଡ଼ୁଆ ସୃଷ୍ଟି କରିଛି। ଯଦି ଏମିତି ପରିସ୍ଥିତି ଜାରି ରହେ ତେବେ ମଧ୍ୟପ୍ରଦେଶରେ ସରକାର ଚାଲିବା ମୁସ୍‌କିଲ ହୋଇପଡ଼ିବ।

ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନରୁ କଂଗ୍ରେସକୁ ୧୧୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୯ଟି ଆସନ ମିଳିଥିଲା। ଏଠାରେ ସରକାର ଗଠନ ପାଇଁ ୧୧୬ଟି ସିଟ୍‌ ଆବଶ୍ୟକ ଥିଲା। ତେବେ ଏଠାରେ କଂଗ୍ରେସକୁ ବିଏସ୍‌ପି ସମର୍ଥନ ଦେବ ବୋଲି ଘୋଷଣା କରିଥଲା। ତେଣୁ ଏଠାରେ କଂଗ୍ରେସ ସରକାର ଗଠନ କରିପାରିଛି। ହେଲେ ଯଦି ସିଏମ ପଦକୁ ନେଇ ଗୋଷ୍ଟୀ କନ୍ଦଳ ନ ଥମେ ତେବେ କଂଗ୍ରେସ ହାତରୁ ଶାସନଭାର ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2QyH7qZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages