ଦ୍ରୌପଦୀ ହେବାକୁ ମନା କଲେ ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଦ୍ରୌପଦୀ ହେବାକୁ ମନା କଲେ ଦୀପିକା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦୀପିକା ପାଦୁକୋନ୍‌ ବଲିଉଡ୍‌ରେ ଜଣେ ଦକ୍ଷ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

ୟେ ଦିୱାନୀ ହୈ ଦିୱାନୀ ହେଉ କି ପିକୁ। ପଦ୍ମାୱତ୍‌ ଅବା ବାଜିରାଓ ମସ୍ତାନୀ ସବୁଥିରେ ନିଖୁଣ ଅଭିନୟ କରି ନିଜ ସ୍ୱାତନ୍ତ୍ର୍ୟ ବଜାଏ ରଖିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଦର୍ଶକଙ୍କୁ। ଏବେ କିନ୍ତୁ ଆଉ ଏକ ହାଇ ବଜେଟ୍‌ ଫିଲ୍ମ ତାଲିକାରୁ ନିଜ ନାଁ ହଟାଇ ନେଇଛନ୍ତି ଦୀପିକା।

ଆମେ କହୁଛୁ ଫିଲ୍ମ ‘ମହାଭାରତ’ କଥା। ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି ଯେ, ବଲିଉଡ୍‌ର ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ ‘ମହାଭାରତ’ ଉପରେ ଏକ ଫିଲ୍ମ ନିର୍ମାଣ କରିବେ। ଆଉ ସେଥିରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିବା ପାଇଁ ଦୀପିକା ପାଦୁକୋନ୍‌ଙ୍କୁ ଅଫର୍‌ କରାଯାଇଥିଲା। କିନ୍ତୁ ସେ ଏହି ଭୂମିକା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଏଥିପାଇଁ ମନା କରିଦେଇଛନ୍ତି। ତେବେ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

‘ମହାଭାରତ’ର ଦ୍ରୌପଦୀ ହେବା ପାଇଁ କାହିଁକି ଦୀପିକା ମନା କଲେ, ତା’ର କାରଣ ବି ସେ କିଛି କହି ନାହାନ୍ତି।

ହେଲେ ରଣବୀର ସିଂହଙ୍କୁ ବିବାହ କରିବା ପରେ ଦୀପିକା ପ୍ରଥମେ କେଉଁ ସିନେମାରେ କାମ କରିବେ ତାହା ଜଣା ପଡ଼ିଯାଇଛି। ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଖୁବ୍‌ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ। ଫିଲ୍ମର କାହାଣୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ଦୀପିକା କାମ କରିବେ ବୋଲି ବି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।



from Odisha Reporter https://ift.tt/2L688Mo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages