
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଘରେ ମାଛ ରଖିବାକୁ ଶୁଭ ବୋଲି କୁହାଯାଇଥାଏ। ଆପଣ ଅନେକ ଲୋକଙ୍କ ଘରେ ଆକ୍ୱାରିୟମ୍ରେ ଯୋଡ଼ା ମାଛ ଥିବା ଦେଖିଥିବେ। ବାସ୍ତୁ ବିଶାରଦଙ୍କ ମତରେ ଯାଉଁଳି ମାଛ ଘରେ ରଖିଲେ, ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ।
ଏହା ମଧ୍ୟ କୁହାଯାଏ ଯେ, ଯେଉଁ ଘରେ ଯାଉଁଳି ମାଛ ଥାଏ, ସେହି ଘରର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ରହିଥାଏ। ଘରର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହୋଇଥାଏ। ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ, ଯାଉଁଳି ମାଛ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମାନସିକ କ୍ଷମତା ମଧ୍ୟ ମଜବୁତ୍ ହୋଇଥାଏ। ଯାଉଁଳି ମାଛ ରହିଲେ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ଘରେ ଏହି ମାଛ ରହିଥାନ୍ତି, ସେମାନଙ୍କ ଭାଗ୍ୟରେଖା ମଜବୁତ୍ ବୋଲି ଧରି ନିଆଯାଏ।
ତେବେ ଏହି ଯାଉଁଳି ମାଛକୁ କେଉଁ ଦିଗରେ ରଖିବ, ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ବାସ୍ତୁ ଅନୁସାରେ ଏହି ଯାଉଁଳି ମାଛକୁ ପୂର୍ବ, ଉତ୍ତର କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହି ଦିଗରେ ମାଛ ରହିଲେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଆପଣ ଯଦି ବ୍ୟବସାୟ କରୁଛନ୍ତି କିମ୍ୱା ଅଫିସ୍ ଯାଉଛନ୍ତି, ତେବେ ଆପଣଙ୍କ କାର୍ଯ୍ୟସ୍ଥଳରେ ଯାଉଁଳି ମାଛ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ଭଲ ହେବା ସହିତ ବ୍ୟବସାୟରେ ଉନ୍ନତି ଘଟିବ।
from Odisha Reporter http://bit.ly/2Lt2MLy
No comments:
Post a Comment