ସରକାରଙ୍କ ବିବାଦୀୟ ନିଷ୍ପତ୍ତି: ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ରହିବ ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ସରକାରଙ୍କ ବିବାଦୀୟ ନିଷ୍ପତ୍ତି: ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ରହିବ ନଜର

ନୂଆଦିଲ୍ଲୀ: ଏଣିକି ଯେକୌଣସି ବ୍ୟକ୍ତିଙ୍କ କମ୍ପ୍ୟୁଟରକୁ ବିଶେଷ ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିପାରିବ। ଦେଶର ୧୦ଟି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ଏନେଇ ଅନୁମତି ଦେଇଛନ୍ତି। ଏଥିସହ ସୋଶାଲ୍‌ ମିଡିଆ ଉପରେ ମଧ୍ୟ କେନ୍ଦ୍ର ସରକାର ନଜର ରଖିବେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜାତୀୟ ନିରାପତ୍ତା, ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗୁରୁତର ଅପରାଧ ମାମଲାରେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ, ଏନ୍‌ଆଇଏ, କ୍ୟାବିନେଟ୍‌ ସଚିବ(ର’), ଡିରେକ୍ଟରେଟ୍‌ ଅଫ୍‌ ସିଗନାଲ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍‌ କମିଶନର ଯେ କୌଣସି ବ୍ୟକ୍ତି କିମ୍ବା ସର୍ଭିସ ପ୍ରୋଭାଇଡରଙ୍କ କମ୍ପ୍ୟୁଟର ଚାହିଁଲେ ଯାଞ୍ଚ କରିପାରିବ। ଏଥିସହ ଏଥିରେ ଥିବା ତଥ୍ୟକୁ ତର୍ଜମା କରିପାରିବ କିମ୍ବା ନିଜ ପାଖକୁ ଆଣିପାରିବେ।

ଏଥିପାଇଁ ସଂପୃକ୍ତ ବ୍ୟକ୍ତି ଏବଂ ସର୍ଭିସ ପ୍ରୋଭାଇଡର ସମସ୍ତ ପ୍ରକାରର ବୈଷୟିକ ସହାୟତା କରିବେ। ଯଦି କେହି ଏଥିରେ ଅସହଯୋଗ କରେ, ତା’ହେଲେ ତାଙ୍କୁ ୭ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ତେବେ କମ୍ପ୍ୟୁଟର ଯାଞ୍ଚ କରିବା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏଥିପାଇଁ ଅନୁମତି ଦେବା ଦରକାର। ସେହିପରି ଲାଇଭ୍‌ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଉପରେ କୌଣସି ନଜର ରଖାଯିବ ନାହିଁ ଏବଂ ଏହା କେବଳ ଷ୍ଟୋର କରାଯାଇଥିବା ଡାଟା ପାଇଁ ପ୍ରଯୁଜ୍ୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜଣେ ବ୍ୟକ୍ତିଙ୍କ ଇମେଲ୍‌ କିମ୍ବା ଫୋନ୍‌ କଲ୍‌ର ଯାଞ୍ଚ କରିପାରୁ ଥିଲା। ଏବେ ନୂଆ ବିଜ୍ଞପ୍ତି ଅନୁସାରେ, ଫୋନ୍‌ କଲ୍‌ ଏବଂ ଇମେଲ୍‌ ସହ କମ୍ପ୍ୟୁଟରେ ସଂରକ୍ଷିତ ତଥ୍ୟ ମଧ୍ୟ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିପାରିବ। ଦରକାର ପଡ଼ିଲେ କମ୍ପ୍ୟୁଟରକୁ ଜବତ ମଧ୍ୟ କରିବାର କ୍ଷମତା ସଂସ୍ଥା ରହିଛି। ସୂଚନା ଓ ପ୍ରଯୁକ୍ତି ଆଇନ୍‌ ୨୦୦୦ର ୬୯(୧) ଅନୁଯାୟୀ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏଭଳି ଅଧିକାର ଦିଆଯାଇଛି।

ତେବେ ସରକାରଙ୍କ ଏଭଳି ବିଜ୍ଞପ୍ତି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି।

କଂଗ୍ରେସ, ସିପିଏମ୍‌, ଟିଏମସି, ସପା ଓ ଆରଜେଡି ପକ୍ଷରୁ ମୋଦି ସରକାର ଦେଶରେ ତାଲିବାନ ଶାସନ ପ୍ରଣୟନ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, “ ଏଭଳି ବିଜ୍ଞପ୍ତି ବ୍ୟକ୍ତିଗତ ସ୍ୱାଧୀନତା ବିରୋଧୀ। ବ୍ୟକ୍ତିଗତ ସ୍ୱାଧୀନତା ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ସରକାର ଏହାକୁ ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଗଣତନ୍ତ୍ରରେ ଏଭଳି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖିବା ଆଦୌ ଗ୍ରହଣୀୟ ନୁହେଁ।”

ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ବୋଲି କହିଛନ୍ତି।



from Odisha Reporter http://bit.ly/2EE7iWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages