ବାସ୍ତୁ ଅନୁସାରେ ତିଆରି କରନ୍ତୁ ଘରର ଶିଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବାସ୍ତୁ ଅନୁସାରେ ତିଆରି କରନ୍ତୁ ଘରର ଶିଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘର ତିଆରି କରିବା ବେଳେ ସାଧାରଣତଃ ଆପଣ ବାସ୍ତୁ ବିଶାରଦଙ୍କ ପରାମର୍ଶ ନେଇଥା’ନ୍ତି। କାରଣ ଘରେ ଦୋଷ ରହିଲେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ଆଶଙ୍କା ଥାଏ।

ତେବେ କେବଳ ଘର ନୁହେଁ, ବାସ୍ତୁ ଅନୁସାରେ ଘରର ଶିଡ଼ି ଓ କେଉଁ ସ୍ଥାନରେ କ’ଣ ରହିବ, ତାହା ମଧ୍ୟ ନିର୍ଣ୍ଣୟ କରାଯାଏ। ଘରର ଛାତ ଉପରକୁ ଯିବା ପାଇଁ ଏହି ଶିଡ଼ି ଓ ଶିଡ଼ି ଘର ବାସ୍ତୁ ଦୋଷର ପ୍ରମୁଖ କାରଣ ହୋଇଥାଏ। ଯଦି ଘରର ଶିଡ଼ି ବାସ୍ତୁ ନିୟମ ଅନୁସାରେ ହୋଇ ନ ଥାଏ, ତେବେ ଏଥିପାଇଁ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ। ଏଥିପାଇଁ ଶିଡି ନିର୍ମାଣ କରିବା ବେଳେ କିଛି ବାସ୍ତୁ ନିୟମ ମାନିବା ଉଚିତ୍‌।

୧.ବାସ୍ତୁଶାସ୍ତ୍ର ଅନୁସାରେ ଶିଡ଼ିକୁ ସବୁବେଳେ ଘରର ଉତ୍ତରରୁ ଦକ୍ଷିଣ କିମ୍ବା ପୂର୍ବରୁ ପଶ୍ଚିମ ଦିଗକୁ କରନ୍ତୁ। ଏହା ଦ୍ଵାରା ଘରର ବାସ୍ତୁ ଦୋଷ ରହି ନ ଥାଏ ଓ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ି ନ ଥାଏ।

୨.ଘରର ଦକ୍ଷିଣ ପଶ୍ଚିମ ଦିଗରେ ଶିଡ଼ି କରିବା ଉଚିତ। ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ ଓ ଆର୍ଥିକ ସ୍ଥିତି ମଧ୍ୟ ସ୍ଵଚ୍ଛଳ ରହିଥାଏ।

୩.ବାସ୍ତୁଶାସ୍ତ୍ର ଅନୁସାରେ, ଶିଡ଼ି ତଳେ ଜୋତା ରଖନ୍ତୁ ନାହିଁ। ଏହା ବ୍ୟତୀତ ଘରର ଅନାବଶ୍ୟକ ଜିନିଷଗୁଡିକୁ ମଧ୍ୟ ଶିଡି ତଳେ ରଖନ୍ତୁ ନାହିଁ। ଏପରି କରିବା ଦ୍ଵାରା ସାରା ପରିବାରକୁ କ୍ଷତି ସହିବାକୁ ପଡ଼ିଥାଏ।

୪. ଶିଡ଼ି ତିଆରି ସମୟରେ ଏହାର ଉଚ୍ଚତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରତି ଶିଡ଼ିକୁ ଅଧିକ ଉଚ୍ଚ କି ଅତି କମ୍‌ ଉଚ୍ଚତାର କରନ୍ତୁ ନାହିଁ।

୫.ଯଦି ଆପଣଙ୍କ ଘରେ ଶିଡ଼ି ଭୁଲ୍‌ ଦିଗରେ ତିଆରି ହୋଇଛି ଏବଂ ଏହାକୁ ଭାଙ୍ଗି ନୂଆ ଗଢ଼ିବା ସମ୍ଭବ ହେଉନାହିଁ, ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଘରେ ପଥରର ପିରାମିଡ୍‌ ସ୍ଥାପନ କରନ୍ତୁ। ଏହି ପିରାମିଡ୍‌ ଶିଡ଼ିରୁ ବାହାରୁଥିବା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ।

୬.ଶିଡ଼ି ତଳେ କେବେ ବି ରୋଷେଇ ଘର କିମ୍ବା ଗାଧୋଇବା ଘର ତିଆରି କରନ୍ତୁ ନାହିଁ। ଶିଡ଼ି ତଳେ ରୋଷେଇ ଘର ବା ଗାଧୁଆ ଘର ରହିଲେ, ଏହା ଘରେ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ।

୭. ଶିଡିର ସଂଖ୍ୟା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ଶିଡିର ସଂଖ୍ୟା ଏପରି ରଖନ୍ତୁ, ଯେପରି ସେହି ସଂଖ୍ୟାକୁ ତିନି ଦ୍ଵାରା ବିଭାଜନ କଲେ, ଭାଗଶେଷ ୨ ରହୁଥିବ। ଅର୍ଥାତ ଶିଡ଼ିର ସଂଖ୍ୟା ସବୁବେଳେ ୫, ୭, ୧୧, ୧୭, ୨୩ କିମ୍ବା ୨୯ ରଖନ୍ତୁ।



from Odisha Reporter http://bit.ly/2QTL8ql

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages