ଗୋଟିଏ ଟେଷ୍ଟ୍‌ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିବାକୁ ଭାରତକୁ କେତେ ବର୍ଷ ଲାଗିଲା, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଗୋଟିଏ ଟେଷ୍ଟ୍‌ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିବାକୁ ଭାରତକୁ କେତେ ବର୍ଷ ଲାଗିଲା, ପଢ଼ନ୍ତୁ

teamindia

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌କୁ ୧୩୭ ରନ୍‌ରେ ଜିତି ଯାଇଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୨୬୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଦଳ ଆଡେଲେଡ୍‌ରେ ପ୍ରଥମ ମ୍ୟାଚ୍ ଜିତିଥିଲା। ଅନ୍ୟପକ୍ଷରେ ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବାଜି ମାରିଥିଲା।

ଆଜିର ବିଜୟ ସହିତ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୪୦ ବର୍ଷ ତଳେ ଭାରତ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଥିଲା।

୧୯୭୭/୭୮ରେ ଭାରତ ସେଠାରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। ସେତେବେଳେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ସେତେବେଳେ ଟିମ୍ ୫ଟି ମ୍ୟାଚ୍ ଖେଳି ଦୁଇଟିରେ ଜିତିଥିଲା ଓ ତିନିଟିରେ ହାରି ଯାଇଥିଲା। ଦଳ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ମ୍ୟାଚ୍ ହାରିଥିବା ବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ ଜିତିଥିଲା।

ଆଜି ଶେଷ ହୋଇଥିବା ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୭ ୱିକେଟ୍ ହରାଇ ୪୪୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୨୬୧ ରନ୍ କରିବାକୁ ସମର୍ଥ ହୋଇଥିଲା। ୯ଟି ୱିକେଟ୍ ନେଇଥିବା ଯଶପ୍ରୀତ୍ ବୁମ୍ରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।



from Odisha Reporter http://bit.ly/2BNMQzb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages