ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ଟାର୍ଗେଟ, ଲଞ୍ଚ ସୁଦ୍ଧା ୪୪/୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ଟାର୍ଗେଟ, ଲଞ୍ଚ ସୁଦ୍ଧା ୪୪/୨

ମେଲବର୍ଣ୍ଣ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ। ଭାରତ ତା’ର ଦ୍ୱିତୀୟ ଇନିଂସ୍‌ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୧୦୬/୮ରେ ପାଳି ଘୋଷଣା କରିଛି। ଫଳରେ କଙ୍ଗାରୁ ଟିମ୍‌କୁ ବିଜୟ ପାଇଁ ୩୯୯ ରନ୍‌ର ଟାର୍ଗେଟ ମିଳିଛି।

ଏହାର ଜବାବରେ ୪ର୍ଥ ଦିନର ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ୨ ୱିକେଟ୍‌ ହରାଇ ୪୪ ରନ୍‌ କରିଛି। ଦଳ ଏବେ ବିଜୟ ଠାରୁ ୩୫୫ ରନ୍‌ ଦୂରରେ ଥିବା ବେଳେ ହାତରେ ୮ଟି ୱିକେଟ ରହିଛି। ଲଞ୍ଚ ବେଳକୁ ଶନ୍‌ ମାର୍ଶ ୨ ଓ ଉସମାନ ଖ୍ୱାଜା ୨୬ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

ଭାରତ ଗତକାଲି ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୫୪ ରନ୍‌ କରିଥିଲା। ଆଜି ଭ୍ରମଣକାରୀ ଦଳର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ ମୟଙ୍କ ଅଗ୍ରୱାଲ ଏବଂ ରିଷଭ ପନ୍ତ ବେଶ ରକ୍ଷଣଶୀଳ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ କଙ୍ଗାରୁ ଟିମ୍‌ର ଦ୍ରୁତ ବୋଲର ତଥା ଗତକାଲି ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱଂସ କରିଦେଇଥିବା ପ୍ୟାଟ୍‌ କମିନ୍ସ ଓପନର୍‌ ମୟଙ୍କ ଅଗ୍ରୱାଲ(୪୨)ଙ୍କୁ ଆଉଟ୍‌ କରି ଦଳକୁ ଦିବସର ପ୍ରଥମ ସଫଳତା ଦେଇଥିଲେ। ମୟଙ୍କ ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ୮୩ ରହିଥିଲା।

ଦଳୀୟ ସ୍କୋର ୧୦୦ ଥିବା ବେଳେ ପ୍ୟାଟ୍‌ଙ୍କ ବଲ୍‌ରେ ମାତ୍ର ୫ ରନ୍‌ କରିଥିବା ରବୀନ୍ଦ୍ର ଜାଡେଜା ଆଉଟ୍‌ ହୋଇଥିଲେ। ପନ୍ତ ବଡ଼ ଶଟ୍‌ ଖେଳିବା ଲୋଭରେ ଜୋଶ ହେଜେଲଉଡ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଆଉଟ୍‌ ହେବା ପୂର୍ବରୁ ପନ୍ତ ୩୩ ରନ୍‌ କରିଥିଲେ। ପନ୍ତଙ୍କ ୱିକେଟ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପାଳି ଘୋଷଣା କରିଥିଲେ। ଏହି ସୟମରେ ଟିମ୍‌ ଇଣ୍ଡିଆର ସ୍କୋର ୮ ୱିକେଟ୍‌ରେ ୧୦୬ ରନ୍‌ ରହିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍‌ କମିନ୍ସ ସର୍ବାଧିକ ୬ଟି ୱିକେଟ୍‌ ନେଇଥିବା ବେଳେ ହେଜେଲଉଡ୍‌ ୨ଟି ୱିକେଟ୍‌ ନେଇଛନ୍ତି।

ଭାରତ ଦେଇଥିବା ୩୯୯ ରନ୍‌ର ଟାର୍ଗେଟକୁ ପିଛା କରି ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୬ ଥିବା ବେଳେ ବ୍ୟକ୍ତିଗତ ୩ ରନ୍ କରି ଆରୋନ ଫିଞ୍ଚ ଆଉଟ୍ ହୋଇଥିଲେ। ତାଙ୍କୁ ପ୍ରଥମ ଇନିଂସରେ ୬ଟି ୱିକେଟ୍ ଦଖଲ କରିଥିବା ବୁମ୍ରା ଆଉଟ୍ କରିଥିଲେ।

ସେହିପରି ଅନ୍ୟତମ ଓପନର ମାରକସ୍ ହ୍ୟାରିସ୍(୧୩)ଙ୍କୁ ଜାଡେଜା ଆଉଟ୍‌ କରି ବିପର୍ଯ୍ୟୟ ଘଟାଇଥିଲେ। ତେବେ ଏହାପରେ ଖ୍ୱାଜା ଏବଂ ମାର୍ଶ ସ୍ଥିତି ସମ୍ଭାଳିଛନ୍ତି।
ଭାରତ ତା’ର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍‌ ହରାଇ ୪୪୩ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।



from Odisha Reporter http://bit.ly/2EWp0EF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages