ପୁଣି ଜଣେ ମହିଳାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ପୁଣି ଜଣେ ମହିଳାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ!

ଚେନ୍ନାଇ: ଦୁଇଦିନ ତଳେ ତାମିଲନାଡୁର ଏକ ସରକାରୀ ହସ୍ପିଟାଲ୍‌ରେ ୨୪ ବର୍ଷୀୟ ଗର୍ଭବତୀଙ୍କୁ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଚେନ୍ନାଇରେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି। ଚେନ୍ନାଇରେ ଥିବା ପ୍ରସିଦ୍ଧ କିଲପାକୁ ମେଡିକାଲ କଲେଜ୍‌ ହସ୍ପିଟାଲ୍‌ରେ ଜଣେ ୨୭ ବର୍ଷୀୟ ମହିଳାଙ୍କୁ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ ବେଳେ ଏଭଳି ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଏବେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏପ୍ରିଲ ମାସରେ ଏଭଳି ଘଟଣା ଘଟିଥିବା ବେଳେ ଆଜି ମହିଳା ଜଣଙ୍କ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ତେବେ ହସ୍ପିଟାଲ୍‌ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯିବା ସହ ମହିଳା ଜଣଙ୍କ ଅନ୍ୟ କୌଣସି କାରଣରୁ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଥିବା କୁହାଯାଇଛି।

ମହିଳା ଜଣଙ୍କ କହିବା ଅନୁଯାୟୀ, ସେ ଗର୍ଭବତୀ ଥିବା ବେଳେ ଏକ ପ୍ରାଥମିକ ଚିକିତ୍ସାଳୟରୁ କିଲପାକୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ତେବେ ତାଙ୍କର ହିମଗ୍ଲୋବିନ କମ୍‌ ଥିବାରୁ ଦୁଇ ଜଣ ଡୋନରଙ୍କଠାରୁ ରକ୍ତ ନିଆଯାଇ ତାଙ୍କୁ ଦିଆଯାଇଥିଲା।

ତେବେ ମହିଳାଙ୍କ ଦେହରେ ଏଚଆଇଭି ସଂକ୍ରମଣ ଜଣାପଡ଼ିଥିଲେ ହେଁ ଡୋନରଙ୍କ ପାଖରେ ଏଭଳି ସଂକ୍ରମଣ ନଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। କିନ୍ତୁ ମହିଳା ଜଣଙ୍କ ପୂର୍ବରୁ ଏଭଳି ରୋଗରେ ପୀଡ଼ିତ ଥିଲେ ନାଁ ହସ୍ପିଟାଲରେ ଏଭଳି ସଂକ୍ରମଣର ଶିକାର ହେଲେ ସେକଥା ହସ୍ପିଟାଲ ପକ୍ଷରୁ କୁହାଯାଇନାହିଁ।

ତେବେ ମହିଳାଙ୍କ ଶିଶୁଙ୍କୁ ଏହି ସଂକ୍ରମଣ ହୋଇନାହିଁ।

ଦୁଇ ଦିନ ତଳେ ଚେନ୍ନାଇଠାରୁ ୫୦୦ କିମି ଦୂର ବିରୁଧନଗର ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଅନୁରୂପ ଘଟଣା ଜଣେ ଗର୍ଭବତୀଙ୍କ ସହ ଘଟିଥିଲା। ମହିଳା ଜଣଙ୍କ ଯେଉଁ ରକ୍ତ ନେଇଥିଲେ, ତାହା ଜଣେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିଙ୍କର ଥିଲା।



from Odisha Reporter http://bit.ly/2rZO85r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages